ଦେଶର ୯ଟି ରାଜ୍ୟରେ ବନ୍ୟା ସାଙ୍ଗକୁ ଭୁସ୍ଖଳନ : ଅଧିକାଂଶ ସ୍ଥାନରେ ସ୍କୁଲ ଓ ଶିକ୍ଷା ପ୍ରତିଷ୍ଠାନ ବନ୍ଦ

178

କନକ ବ୍ୟୁରୋ : ଦେଶର ଅଧିକାଂଶ ସ୍ଥାନରେ ବନ୍ୟା ତାଣ୍ଡବ ଜାରି ରହିଛି । ମୁଖ୍ୟତ ଭାବେ ୯ଟି ରାଜ୍ୟରେ ଚାଲିଛି କରାଳ ବନ୍ୟା ସାଙ୍ଗକୁ ଭୁସ୍କଳନ । ଜମ୍ମୁକଶ୍ମୀରୁ କନ୍ୟାକୁମାରୀ ,ଗୁଜରାଟରୁ ମହାରାଷ୍ଟ୍ର ସବୁଠି ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି । ଉତରାଖଣ୍ଡ, ହିମାଚଳପ୍ରଦେଶ ପରି ପାହାଡିଆ ଇଲାକା ଅଧିକ ସଂଗୀନ ରହିଛି । ଅଧିକାଂଶ ସ୍ଥାନରେ ସ୍କୁଲ ଓ ଶିକ୍ଷା ପ୍ରତିଷ୍ଠାନ ବନ୍ଦ ରଖାଯାଇଛି । ଅନ୍ୟପଟେ ଏନଡିଆରଏଫ ଓ ଏସଡିଆରଏଫ ଟିମ ସହ ଆଇଟିବିପି ଯବାନ ଉଦ୍ଧାର କାର୍ଯ୍ୟ କରୁଛନ୍ତି । ବନ୍ୟା ବିପନ୍ନଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି ।

ସେପଟେ ହିମାଚଳରେ ଜାରି ରହିଛି ବନ୍ୟା ସାଙ୍ଗକୁ ଭୁସ୍ଖଳନ । ଲଗାଣ ବର୍ଷା ଯୋଗୁଁ ଅଧିକାଂଶ ସ୍ଥାନରେ ଭୁସ୍ଖଳନ ଘଟଣା ସାମ୍ନାକୁ ଆସୁଛି । ମନାଲି-ଲେହ ରାଜପଥରେ ଭୁସ୍ଖଳନ ଘଟିବା ଯୋଗୁଁ ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣଭାବେ ଠପ ହୋଇଛି । ପଂଜାବରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି ରାଜ୍ୟର ୧୩ଟି ଜିଲ୍ଲା ସବୁଠୁ ଅଧିକ ବନ୍ୟା ପ୍ରଭାବିତ ହୋଇଥିବାବେଳେ ପ୍ରାୟ ୨ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବନ୍ୟା ବିପନ୍ନଙ୍କୁ ଆଶ୍ରୟ ସ୍ଥଳରେ ଥଇଥାନ କରାଯାଉଛି । ଅନ୍ୟପଟେ ବନ୍ୟା ପାଣି ଘେରାର ଫଶି ରହିଥିବା ଲୋକଙ୍କୁ ନିକଟକୁ ରିଲିଫସାମଗ୍ରୀ ପହଁଚାଉଛି ଇଣ୍ଡିଆନ ଆର୍ମି । ହେଲିକପ୍ଟର ଯୋଗେ ଲୋକଙ୍କ ନିକଟରେ ସେନା ପହଁଚି ଉଦ୍ଧାର କରୁଛି ।