ବନ୍ୟା ବିପନ୍ନଙ୍କୁ ମିଳିଲାନି ପଲିଥିନ । ତହସିଲଦାରଙ୍କ ପାଦତଳେ ପଡ଼ିଲେ ଜିଲ୍ଲା ପରିଷଦ ସଭ୍ୟ ।

100

କନକ ବ୍ୟୁରୋ : ବନ୍ୟା ପ୍ରଭାବିତ ଲୋକଙ୍କୁ ପଲିଥିନ ଯୋଗାଇ ଦେବା ପାଇଁ ତହସିଲଦାରଙ୍କ ଗୋଡ ତଳେ ପଡିଲେ ଜିଲ୍ଲା ପରିଷଦ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଂଚଳରେ । ଲଗାଣ ବର୍ଷା ଯୋଗୁ ସ୍ଥାନୀୟ ଉଫୁଲା ପଂଚାୟତ ଖମ୍ବେଶ୍ୱରୀପାଲି ଗ୍ରାମର ଅନେକ ଲୋକଙ୍କ ଘର ଭାଙ୍ଗିଯାଇଥଛି ।

ପ୍ରଭାବିତ ଲୋକଙ୍କୁ ଘର ଯୋଗାଇ ଦେବାକୁ ଜିଲ୍ଲା ପରିଷଦ ଲବ କୁମାର ସାହୁ ଶୁକ୍ରବାର ତହସିଲଦାରଙ୍କୁ ଫୋନ କରିଥିଲେ । ହେଲେ ତହସିଲଦାର ଫୋନ ଉଠାଇନଥିଲେ । ପରେ ସନ୍ଧ୍ୟାରେ ସେ ଏବଂ ପୂର୍ବତନ ଜିଲ୍ଲା ପରିଷଦ ତହସିଲଦାରଙ୍କ ଅଫିସରେ ପହଂଚିଥିଲେ । ସେମାନେ ଅତିରିକ୍ତ ତହସିଲଦାରଙ୍କୁ ଭେଟି ପଲିଥିନ ଯୋଗାଇଦେବାକୁ ଅନୁରୋଧ କରିଥିଲେ । ହେଲେ ତାଙ୍କ ଠାରୁ ସନ୍ତୋଷଜନକ ଉତର ନ ପାଇବାରୁ ସେମାନେ ତହସିଲଦାର ବିବୁଧ ଗଡ଼ନାୟକଙ୍କ ଅଫିସକୁ ଯାଇଥିଲେ । ସେଠାରେ ସେମାନେ ତହସିଲଦାରଙ୍କ ପାଦ ତଳେ ପଡି ପଲିଥିନ ଦେବାକୁ ଅନୁରୋଧ କରିଥିଲେ । ପରେ ତହସିଲଦାର ତାଙ୍କୁ ପଲିଥିନ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେବା ପରେ ସେମାନେ ଉଠିଥିଲେ ।

ତେବେ ବନ୍ୟା ପ୍ରଭାବିତ ଲୋକଙ୍କୁ ସହଯୋଗ କରିବାକୁ ସରକାର ସବୁସ୍ତରରେ ସହଯୋଗ କରୁଥିବା ବେଳେ ଗୋଡ ତଳେ ପଡିବାର କଣ ଆବଶ୍ୟକତା ଥିଲା ତାକୁ ନେଇ ଚର୍ଚ୍ଚା ହୋଇଛି ।