ଲଘୁଚାପ ବର୍ଷା ଛେଚିଲା, ରାଜୁଆ ନଦୀ ବନ୍ଧ ଭାଙ୍ଗିଲା । ଜଳବନ୍ଦୀ ଘେରରେ ୧୦ଟି ଗାଁର ଲୋକ ।

92

କନକ ବ୍ୟୁରୋ : ଲଘୁଚାଜନିତ ବର୍ଷା ଯୋଗୁଁ ଖୋର୍ଦ୍ଧା ଜିଲ୍ଲାର ରାଜୁଆ ନଦୀ ବନ୍ଧ ଭାଙ୍ଗିଯାଇଛି । ଯାହା ଫଳରେ ସ୍ଥାନୀୟ ଅଂଚଳର ପ୍ରାୟ ୧୦ଟି ଗ୍ରାମବାସୀ ଏବେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନଦୀ ବନ୍ଧରେ ଘାଇ ଯୋଗୁ ଏବେ ଶରଧାପୁର, ମାନପୁର, ବଳପୁର, ଧବଳପୁର, ହାଡପଡା, ଓରାମି, ଡିହଖଳା, ହିରିମୂଳ ଆଦି ଗାଁରେ ଲୋକଙ୍କ ଘରେ ପାଣି ପଶି ରହିଛି ।

ଅଧିକାଂଶ ଲୋକେ ଏବେ ଛାତ ଉପରେ ତମ୍ବୁ ଟାଣି ବସବାସ କରୁଥିବା ଦେଖିବାକୁ ମିଳିଛି । ଚାରିଆଡେ ପାଣି ରହିଥିବାରୁ ନିତ୍ୟ କର୍ମ କରିବା ପାଇଁ ଲୋକେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଗାଇ ଗୋରୁ ପାଣିରେ ରହୁଥିବା ବେଳେ ଚାଷୀଙ୍କ ଫସଲ ସବୁ ନଷ୍ଟ ହୋଇଯାଇଛି ।ଯାହା ସାଧାରଣ ଲୋକଙ୍କୁ ଜୀବନକୁ ଦୁର୍ବିସହ କରିଛି । ଏସବୁ ଭିତରେ ନଦୀରେ ବନ୍ୟାଜଳ କମିବା କିଛି ମାତ୍ରାରେ ଲୋକଙ୍କୁ ଆଶ୍ୱସ୍ତ କରିଛି ।