ନୂଆଦିଲ୍ଲୀରେ ଅର୍ଥମନ୍ତ୍ରୀଙ୍କ ସମ୍ମିଳନୀ : ପ୍ରଦୀପ ଅମାତ କହିଲେ ଜିଏସଟିକୁ ସ୍ୱାଗତ କରୁଛି ଓଡିଶା

27

ଦିଲ୍ଲୀ ବ୍ୟୁରୋ କନକ ନ୍ୟୁଜ୍ : ଗୁଡ୍ସ ଆଣ୍ଡ୍ ସର୍ଭିସେସ୍ ଟ୍ୟାକ୍ସ-ଜିଏସଟି ନେଇ ନୂଆଦିଲ୍ଲୀରେ ଅର୍ଥ ମନ୍ତ୍ରୀମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ଅର୍ଥ ମନ୍ତ୍ରୀ ପ୍ରଦୀପ ଅମାତ ଏଥିରେ ଯୋଗ ଦେଇ ଜିଏସଟିକୁ ଓଡ଼ିଶା ସ୍ୱାଗତ କରୁଥିବା ବେଳେ ଓଡ଼ିଶା ଏପର୍ଯ୍ୟନ୍ତ ତାର ସିଏସଟି କ୍ଷତିପୂରଣ ପାଇନାହିଁ ବୋଲି ଅଭିଯୋଗ କରିଛନ୍ତି । ସେହିଭଳି ତମାଖୁ ଓ ତମାଖୁଜାତ ଦ୍ରବ୍ୟ ଉପରେ ରାଜ୍ୟଗୁଡ଼ିକୁ ମଧ୍ୟ ଟିକସ ବସାଇବାକୁ ଅନୁମତି ଦେବାକୁ ଦାବି କରିଛନ୍ତି । ଜିଏସଟି କାଉନସିଲରେ ନିଷ୍ପତି ନେବା ବେଳେ ରାଜ୍ୟଗୁଡ଼ିକ ଭୋଟର ମୂଲ୍ୟ କେନ୍ଦ୍ରଠାରୁ ଅଧିକ ରହୁ ବୋଲି ଦାବି କରିଥିଲେ।