ନୃସଂଶ ବାପାର ବର୍ବର କାଣ୍ଡ: ୧୩ ବର୍ଷର ଦିବ୍ୟାଙ୍ଗ ପୁଅକୁ ମାରି ପୋଲ ତଳକୁ ଫୋପାଡି ଦେଲା ଜହ୍ଲାଦ ବାପା

221

କନକ ବ୍ୟୁରୋ: ଦିବ୍ୟାଙ୍ଗ ପୁଅକୁ ମାରି ଫପାଡ଼ି ଦେଲେ ନୃଶଂସ ବାପା ଓ ମା’ । ବାଲେଶ୍ୱର ନୁନିଆଯୋଡି ପୋଲ ତଳୁ ଜଣେ ୧୩ ବର୍ଷିୟ ଦିବ୍ୟାଙ୍ଗ ନାବାଳକ ମୃତ ଦେହକୁ ଜବତ କରିଛି ସହଦେବଖୁଂଟା ପୋଲିସ । ତେବେ ଦିବ୍ୟାଙ୍ଗ ପୁଅକୁ ବ।।ପା ଓ ସାବତ ମା’ ମିଶି ମାରିଦେଇ ଫିଙ୍ଗିଦେଇଥିବା ଜଣାପଡ଼ିଛି । ଏହି ଘଟଣାରେ ସହଦେବଖୁଂଟା ପୋଲିସ ଗଣେଶ ଓ ତାଙ୍କ ଦିତୀୟ ପତ୍ନିଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛି । ଖନ୍ତାପଡ଼ା ଅଂଚଳର ଗଣେଶ ଓ ତାଙ୍କ ଦ୍ୱିତୀୟ ପତ୍ନୀ ସହଦେବଖଂଟା ଅଂଚଳରେ ଭଡ଼ା ନେଇ ରହୁଥିଲେ । ଗଣେଶଙ୍କ ପ୍ରଥମ ଛୁଅ ଓମ୍ ପ୍ରକାଶ ଜଣେ ଦିବ୍ୟାଙ୍ଗ ଥିବାରୁ ଦ୍ୱିତୀୟ ପତ୍ନୀ ପିଲାଟିକୁ ସାଙ୍ଗରେ ରଖିବାକୁ ଚାହୁନଥିଲେ । ଏନେଇ ପରିବାରର ବାରମ୍ବାର କଳହ ଲାଗି ରହୁଥିଲା ।

୬ ମାସ ତଳେ ଦ୍ୱିତୀୟ ପତ୍ନିଙ୍କ ଏକ ଛୁଆ ଜନ୍ମ ହେବା ପରେ ନିର୍ଯାତନା ବଢିଯାଇଥିଲା । ଗଣେଶ ରୋଷେଇ କାମ ପାଇଁ ବାହାରକୁ ଯାଉଥିବା ବେଳେ ସାବତ ମାଆର ନିର୍ଯାତନ ବଢିଯାଉଥିଲା । ବାପା ମା’ ରହୁଥିବା ଘରେ ପୁଅକୁ ନରଖି ଆଉ ଏକ ରୁମରେ ରଖୁଥିଲେ । ପଡ଼ିଶା ଘର ଲୋକେ ଓମକୁ ଦେଖିବାକୁ ନପାଇବାରୁ ପଚରା ଉଚରା ପରେ ବିଭିନ୍ନ ବାହାନା ଦେଖାଇଥିଲେ ସାବତ ମା’ । ଅଧିକ ପଚରା ଉଚରା ପରେ ରାତିରେ ତାର ବାତ ବାହାରିବାକୁ ଓମ୍ ମରିଯାଇଛି ଓ ସେମାନେ ତାକୁ ପୋତି ଦେଇଥିବା କହିଥିଲେ । ଓମ୍ର ଜେଜେ ମା’ ପୋଲିସକୁ ଖବର ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଗଣେଶ ଓ ତାଙ୍କ ଦିତୀୟ ପତ୍ନି ଓମକୁ ମାରି ନୁନିଆଯୋଡି ନିକଟରେ ଫପାଡ଼ି ଦେଇଥିବା ମାନିବା ପରେ ପୋଲିସ ଓମର ମୃତଦେହକୁ ଉଦ୍ଧାର କରିଛି । ଗଣେଶ ଓ ତାଙ୍କ ଦ୍ୱିତୀୟ ପତ୍ନିଙ୍କୁ ଅଟକ ରଖି ପଚରା ଉଚରା କରୁଛି ।