ନବରଙ୍ଗପୁର ଅର୍ଜୁନଗୁଡା ଗାଁରେ ଅଭାବନୀୟ ଘଟଣା । ନିଶାଶକ୍ତ ଅବସ୍ଥାରେ ୩ ବର୍ଷର ପୁଅକୁ ମାରିବା ପରେ ଆତ୍ମହତ୍ୟା କରିଛି ମଦୁଆ ବାପା

107

କନକ ବ୍ୟୁରୋ: ମଦ ଉଜାଡି ଦେଲା ପରିବାର । ଏକାଥରେ ବାପା ଓ କୁନି ପୁଅର ଜୀବନ ନେଇ ଯାଇଛି ନିଆଁଗିଳା ମଦ । ନବରଙ୍ଗପୁରରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ନିଶାଶକ୍ତ ଅବସ୍ଥାରେ ୩ ବର୍ଷର କୁନି ପୁଅକୁ ମାରିବା ପରେ ଆତ୍ମହତ୍ୟା କରିଛି ମଦୁଆ ବାପା । ଝରିଗାଁ ଥାନା ଅନ୍ତର୍ଗତ ଅର୍ଜୁନଗୁଡା ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି । ଗାଁର ପୀତବାସ ଭତ୍ରା ଗତକାଲି ରାତିରେ ମଦ ପିଇ ଘରକୁ ଆସିଥିଲେ । ସ୍ତ୍ରୀ ବିମଳା ମାଝି ଖାଇବାକୁ ଦେବା ବେଳେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ପିତବାସ ପ୍ରଥମେ ସ୍ତ୍ରୀଙ୍କୁ ମାରିବାକୁ ଗୋଡାଇ ଥିଲେ । ସେହି ସମୟରେ ସ୍ତ୍ରୀ ପୁଅକୁ ଧରି ଘରୁ ଚାଲିଯିବାକୁ ଉଦ୍ୟମ କରିବା ବେଳେ ମଦ୍ୟପ ବାପା ପିଲାଟିକୁ ମାଆ ପାଖରୁ ଛଡେଇ ରଖିଥିଲା । ଏବଂ ଘର ପଛପଟୁ କବାଟ ଦେଇ ଏକ ଲୁଗାରେ ପୁଅକୁ ଫାଶି ଦେବା ସହ ନିଜେ ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଛି । ପୁଲିସ ଗାଁରେ ପହଂଚି ଘଟଣା ବାବଦରେ ତଦନ୍ତ ଆରମ୍ଭ କରିଛି ।