ସେନ୍ସର ବୋର୍ଡର କଇଁଚି ଲାଗିପାରେ ଶାହାରୁଖଙ୍କ ଫିଲ୍ମରେ !

38

ପୂର୍ବରୁ ଅନେକ ଫିଲ୍ମରେ ସେନ୍ସର ବୋର୍ଡର କଇଁଚି ଚାଲିଛି । ଏବେ ଏହାର ଶିକାର ଶାହାରୁଖ ଖାନଙ୍କ ଆଗାମୀ ଫିଲ୍ମ ‘ଜବ୍ ହାରୀ ମେଟ୍ ସେଜଲ’ । ଏହି ଫିଲ୍ମକୁ ସାର୍ଟିଫାଏଡ୍ କରିବା ପାଇଁ ସିବିଏଫସି ପାଖକୁ ପଠାଯାଇଛି । ସେଠାରେ ବୋର୍ଡର ମୁଖ୍ୟ ପହଲାଜ୍ ନିହଲାନି ଏକ ସର୍ତ୍ତ ରଖିଛନ୍ତି ।

ଫିଲ୍ମର ଛୋଟ ଛୋଟ ଟ୍ରେଲର ସବୁ ରିଲିଜ ହୋଇଛି । ଦ୍ୱିତୀୟ ଟ୍ରେଲରେ ଅନୁଷ୍କା ଏକ ସ୍ଥାନରେ ‘ଇଣ୍ଟରକୋର୍ସ’ ଶବ୍ଦ କହୁଛନ୍ତି । ଏବେ ସିବିଏଫସି ଏହି ଶବ୍ଦକୁ ଟ୍ରେଲର ଓ ଫିଲ୍ମରୁ କାଟିବାକୁ ଚାହିଁଛି । ଏକ ସାକ୍ଷାତକାରରେ ପହଲାଜ୍ କହିଛନ୍ତି ଯଦି ୧ଲକ୍ଷ ଲୋକ ଏସଆରକେଙ୍କ ସପକ୍ଷରେ ଭୋଟ ଦେବେ ତ ସେ ଫିଲ୍ମରୁ ଏହି ଶବ୍ଦ ହଟାଇବେ ନାହିଁ । ପହଲାଜ ଏଇ ସର୍ତ୍ତକୁ ଫିଲ୍ମ ପ୍ରଯୋଜକଙ୍କ ସାମ୍ନାରେ ରଖିଛନ୍ତି । ଏବେ ତାଙ୍କର ଉତ୍ତରକୁ ଅପେକ୍ଷା କରିଛନ୍ତି ।

ଶାହାରୁଖଙ୍କ ଏହି ଫିଲ୍ମଟି ୪ ଅଗଷ୍ଟରେ ରିଲିଜ ହେବାକୁ ଯାଉଛି । ଏହା ଏକ ରୋମାଣ୍ଟିକ୍ କମେଡି ଫିଲ୍ମ ଅଟେ । । ଏଥିରେ ଶାହାରୁଖ ଜଣେ ପଂଜାବୀ ଓ ଅନୁଷ୍କା ଜଣେ ଗୁଜୁରାଟୀ ଯୁବତୀ ଭୂମିକାରେ ନଜର ଆସିବେ ।

(ସୈାଜନ୍ୟ- ନବଭାରତ ଟାଇମ୍ସ)