ଜାଣନ୍ତୁ ବୟସ ଅନୁସାରେ ଚାକିରି ଖୋଜିବାର ଉପାୟ !

206

ବୟସ ବଢ଼ିବା ସହ ଚାକିରି ଖୋଜିବାରେ ମଧ୍ୟ ବହୁତ ଅସୁବିଧା ହୋଇଥାଏ । ଯଦି ଆପଣ ଏହା ଭାବୁଛନ୍ତି ଯେ ହଲିଉଡ୍ ଫିଲ୍ମ ‘ନୋ କଣ୍ଟ୍ରି ଫର୍ ଓଲ୍ଡ ମ୍ୟାନ୍ ’ ଜବ୍ ମାର୍କେଟର ସ୍ୱରୂପକୁ ଦର୍ଶାଉଛି , ଏହା ନିଶ୍ଚୟ ସତ । ଏହି ଫିଲ୍ମରେ ଦେଖା ଯାଇଛି ଦୁନିଆ ପୂର୍ବ ଅପେକ୍ଷା ପ୍ରତିଯୋଗିତାରେ ଖୁବ୍ ସଂକୀର୍ଣ୍ଣ ଓ ଅଲଗା ହୋଇଯାଇଛି । ଏମିତି ଲାଗୁଛି କି ଏବେ ଯୁବକ ମାନଙ୍କୁ ଅର୍ଥାତ୍ ୩୫ ବର୍ଷରୁ କମ୍ ବୟସର ବ୍ୟକ୍ତିକୁ ପ୍ରଥମେ ସୁଯୋଗ ମିଳୁଛି । ଏଭଳି ଏକ ସମସ୍ୟା ଭିତରେ ଆସନ୍ତୁ ଜାଣିବା ବୟସ ଅନୁସାରେ କେମିତି ଖୋଜିବେ ଚାକିରି ।

୨୦-୩୦ ବର୍ଷରେ ଚାକିରି –
ଏହି ବୟସରେ ଚାକିରି ଖୋଜିବାକୁ ନେଇ ଖୁବ୍ ସୁଯୋଗ ଥାଏ । ବିନା ଅଭିଜ୍ଞତାରେ ବି ଚାକିରି ଖୋଜିପାରିବେ । ସ୍କୁଲ ବା କଲେଜରେ ପଢିବା ବେଳେ ଆପଣ ଚାକିରି ଖୋଜି ପାରିବେ । ଆପଣ ଚାହିଁଲେ ଇଣ୍ଟର୍ନସିପ୍ କରନ୍ତୁ ବା ବନ୍ଧୁ କି ନିଜ ପରିବାରର ବ୍ୟବସାୟ କରିପାରନ୍ତି । ଯଦି ଏହି ସୁଯୋଗ ଆପଣ ହାତ ଛଡା କରୁଛନ୍ତି ତ କିଛି ଅସୁବିଧା ନାହିଁ । ଏ ବୟସରେ ଜବ୍ କୁ ନେଇ କେବେ ଚିନ୍ତା କରନ୍ତୁନି । ଆରମ୍ଭରୁ କେବଳ ଚେଷ୍ଟା କରନ୍ତୁ ।

୩୦-୪୦ ବୟସରେ ଚାକିରି –
ଏହି ବୟସର ବ୍ୟକ୍ତି କେବଳ ଜବ୍ ସର୍ଚ୍ଚ ପାଇଁ ନୁହେଁ , ତାପରର ଚିନ୍ତା କରିବା ଉଚିତ । ଆପଣ ଏହି ସମୟରେ ଅନେକ ପ୍ରକାର ଅଭିଜ୍ଞତା ଓ ଦକ୍ଷତା ହାସଲ କରିସାରିଥିବେ । ଏଣୁ ଆପଣକୁ ଦେଖିବାକୁ ହେବ କେଉଁ ଦିଗରେ ଆପଣ ନିଜ କ୍ୟାରିୟରକୁ ନେବେ । ଏ ବୟସରେ ଜବ୍ ପସନ୍ଦ କରିବା ନୁହେଁ । ଗୋଟେ ନିର୍ଦ୍ଦିଷ୍ଟ ଜବ୍ ରେ ରହିବା ଜରୁରୀ । ଅସୁବିଧା ସମୟରେ କିଛି ମାସ ଯଦି ଜବ୍ ଖୋଜୁଛନ୍ତି , ଚଳିବା ପାଇଁ ଅର୍ଥ ବି ପାଖରେ ରଖନ୍ତୁ । ପ୍ରତି ସପ୍ତାହରେ ୬-୮ ଘଣ୍ଟା ଜବ ସର୍ଚ୍ଚରେ ଦିଅନ୍ତୁ ପ୍ରତି ଇଣ୍ଟରଭ୍ୟୁ ଓ ବାର୍ତ୍ତାଳାପରେ କିଛି ଶିକ୍ଷା ଲାଭ କରନ୍ତୁ ।

୪୦-୫୦ ବୟସରେ ଚାକିରି –
ଏହି ବୟସରେ ଅଧିକ ଉପାର୍ଜନ କରିବା ପାଇଁ ଖୁବ୍ ଦରକାର ହୁଏ । ଏଥିପାଇଁ ନିଜର ଦକ୍ଷତାକୁ ନିଯୁକ୍ତି ଦାତାଙ୍କ ପାଖରେ ଦେଖାଇବାକୁ ହୁଏ ଏବଂ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡିବାକୁ ହୋଇଥାଏ । ଯାହା ଦ୍ୱାରା ନିଜର ଦକ୍ଷତାକୁ ଆପଣ ଦେଖେଇପାରିବେ । ଯାହା ଚାକିରିରେ ଆପଣଙ୍କ ପାଇଁ ଭଲ ହୋଇଥାଏ ।

୫୦-୬୦ ବୟସରେ ଚାକିରି –
ନିଯୁକ୍ତିଦାତାଙ୍କୁ ଆଶଙ୍କା ହୋଇଥାଏ ଯେ ୫୦-୬୦ ବୟସରେ ଜଣେ ବ୍ୟକ୍ତି ପାଖରେ ଶକ୍ତି ,ପ୍ରେରଣା ଓ ବୈାଦ୍ଧିକ ସକ୍ରିୟତା ଏବଂ ଯୁବକଙ୍କ ସହ କାମ କରିବାର କ୍ଷମତା ନଥାଏ । କିନ୍ତୁ ଆପଣ ଏହାକୁ ନେଇ ଚିନ୍ତା କରିବା ଉଚିତ୍ ନୁହେଁ । କାରଣ ଏହା ଆପଣଙ୍କର ଜବ୍ ସର୍ଚ୍ଚ ଉପରେ ନେଗେଟିଭ୍ ପ୍ରଭାବ ପକାଇପାରେ । ଭଲ ଭାବେ ନିଜର ରିଜ୍ୟୁମ୍ ପ୍ରସ୍ତୁତ କରନ୍ତୁ । ଯେମିତି ସେଥିରେ କୈାଣସି ଭୁଲ୍ ନଥାଏ ।  (ସୈାଜନ୍ୟ- ନବଭାରତ ଟାଇମ୍ସ)