ବୁମରାହଙ୍କ ଘାତକ ବୋଲିଂ: ୧୧୦ ରନରେ ଇଂଲଣ୍ଡ ଅଲଆଉଟ, ଭାରତକୁ ୧୧୧ ଟାର୍ଗେଟ

131

କନକ ବ୍ୟୁରୋ: ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଆରମ୍ଭ ହୋଇଛି । ଏହି ମ୍ୟାଚରେ ଭାରତ ବୋଲିଂରେ ଦମଦାର ପ୍ରଦର୍ଶନ କରିଛି । ବୁମରାହଙ୍କ ବୋଲିଂରେ ଧରାଶୀୟୀ ହୋଇଛି ଇଂଲଣ୍ଡ ଦଳ । ୨୫ ଓଭର ଖେଳି ମାତ୍ର ୧୧୦ ରନରେ ଦଳ ଅଲଆଉଟ ହୋଇଯାଇଛି । ବୁମରାହ ଏହି ମ୍ୟାଚରେ ୬ ୱିକେଟ ନେଇଛନ୍ତି ।

ଏହି ମ୍ୟାଚରେ ଭାରତ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ଆରମ୍ଭ କରିଥିଲା ଇଂଲଣ୍ଡ । ହେଲେ ଆରମ୍ଭରୁ ଇଂଲଣ୍ଡର ଟପ ଅର୍ଡର ଭୁଶୁଡି ପଡିଥିଲା । ଦଳ ପକ୍ଷରୁ କେବଳ ଜୋସ ବଟଲର ୩୦, ଡେଭିଡ ୱିଲି ୨୧ କରିଥିଲେ । ସେହିପରି ଜାସନ ରଏ, ଜୋ ରୁଟ, ବେଲ ଷ୍ଟୋକ୍ସ, ଲିୟାମ ଲିଭିଙ୍ଗଷ୍ଟୋନଙ୍କ ଭଳି ଖେଳାଳି ଖାତା ଖୋଲି ପାରିନଥିଲେ । ଫଳରେ ଦଳ ମାତ୍ର ୨୫ ଓଭରରେ ୧୧୦ ରନ କରି ଅଲଆଉଟ ହୋଇଯାଇଥିଲା ।