ପୁଣି ସ୍ପାଇସ୍ ଜେଟର ଜରୁରୀ ଅବତରଣ । ଯାନ୍ତ୍ରୀକ ତୃଟି ଯୋଗୁଁ କରାଚିରେ ଓହ୍ଲାଇଲା ଏସ-ଜି-ଟେନ୍ ବିମାନ ।

489

କନକ ବ୍ୟୁରୋ: ପୁଣି ସ୍ପାଇସ୍ ଜେଟର ଜରୁରୀ ଅବତରଣ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାକିସ୍ତାନର କରାଚିରେ ଓହ୍ଲାଇଲା ସ୍ପାଇସ୍ ଜେଟର ଏସଜି-୧୦ ବିମାନ । ଦିଲ୍ଲୀରୁ ଦୁବାଇ ଯାଉଥିବା ବେଳେ ମଝି ଆକାଶରେ ଦେଖାଦେଇଥିଲା ତ୍ରୁଟି । ବିମାନରେ ଥିବା ସମସ୍ତ ଯାତ୍ରୀ ଓ କର୍ମଚାରୀ ସୁରକ୍ଷିତ ଥିବା ସୂଚନା ରହିଛି ।

୨ ତାରିଖରେ ଦିଲ୍ଲୀରୁ ଜବଲପୁର ଯାଉଥିବା ସ୍ପାଇସ୍ଜେଟ୍ ବିମାନ ଉଡାଣର କିଛି ମିନିଟ୍ ମଧ୍ୟରେ ଦିଲ୍ଲୀ ଫେରି ଆସିଥିଲା । ବିମାନ ଉଡାଣ ଭରିବା ପରେ ୫ ହଜାର ଫୁଟ୍ ଉପରେ ପହଂଚିବା ପରେ କ୍ୟାବିନ୍ରେ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ ପାଇଲଟ୍ । ଏହା ପରେ ତୁରନ୍ତ ବିମାନକୁ ଦିଲ୍ଲୀ ଏୟାରପୋର୍ଟକୁ ଫେରାଇ ଅଣାଯାଇଥିଲା । ଜୁନ୍ ୧୯ ତାରିଖରେ ମଧ୍ୟ ସ୍ପାଇସ୍ଜେଟ୍ ବିମାନର ଜରୁରୀ ଅବତରଣ ହୋଇଥିଲା । ଫ୍ଲାଇଟ୍ରେ ନିଆଁ ଲାଗିବା ଖବର ଆସିବା ପରେ ଦିଲ୍ଲୀ ଯାଉଥିବା ବିମାନକୁ ପାଟନା ଏୟାରପୋର୍ଟରେ ଜରୁରୀ ଅବତରଣ କରାଯାଇଥିଲା ।