ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଲୋ କଲେ ଏଲନ୍ ମସ୍କ, ଲୋକଙ୍କ ପ୍ରଶ୍ନ ଇଣ୍ଡିଆ ଆସିବ କି ଟେସଲା

133

କନକ ବ୍ୟୁରୋ : ମାଇକ୍ରୋ ବ୍ଲଗିଙ୍ଗ ସାଇଟ ଟ୍ୱିଟରର ମାଲିକ ଏଲନ ମସ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫଲୋ କରିବା ଆରମ୍ଭ କରିଦେଇଛନ୍ତି । ମସ୍କଙ୍କ ତରଫରୁ ଟ୍ୱିଟର ଆକାଉଣ୍ଟର ଆର୍ଲଟ ଦେଉଥିବା ଆକାଉଣ୍ଟ ମାଧ୍ୟମରେ ଏନେଇ ଏକ ଟ୍ୱିଟ୍ କରିଛନ୍ତି । ହେଲେ ମସ୍କ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫଲୋ କରିବା ପରେ ଟ୍ୱିଟର ବ୍ୟବହାରକାରୀମାନେ ମଜାଳିଆ ଉତ୍ତର ଦେଇଛନ୍ତି । ଜଣେ ୟୁଜର୍ସ ଲେଖଛନ୍ତି କି, ଏବେ ବୋଧେ ଭାରତକୁ ଟେସଲା ଆସିବ ?

କହିରଖୁ କି ଟ୍ୱିଟରରେ ଅଧିକ ଫଲୋ କରାଯାଉଥିବା ରାଜନେତାଙ୍କ ମଧ୍ୟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ୟତମ । ଟ୍ୱିଟରରେ ତାଙ୍କର ୮୭.୭ ମିଲିୟନରୁ ଅଧିକ ଫଲୋଅର ରହିଛନ୍ତି । ଏବେ ଏହି ତାଲିକାରେ ଟ୍ୱିଟରର ମାଲିକ ଏଲନ ମସ୍କଙ୍କ ନାମ ଯୋଡି ହୋଇଛି ।

ଏଲନ ମସ୍କ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ଫଲୋ କରିବା ଆରମ୍ଭ କରିଦେଲେ ସେତେବେଳେ ୟୁଜର୍ସମାନେ ଅନେକ ଆଶା କରିଛନ୍ତି । କିଛି ୟୁଜର୍ସଙ୍କ ମତରେ ଖୁବଶୀଘ୍ର ଭାରତରେ ଏଲନ ମସ୍କ ତାଙ୍କର ଫ୍ୟାକ୍ଟ୍ରି ଖୋଲିବାକୁ ଯାଉଛନ୍ତି ।