ବନ୍ତଳାରେ ହାତୀ ଆତଙ୍କ, ବୃଦ୍ଧାଙ୍କ ମୃତ୍ୟୁ : ସୋମବାର ହାତୀ ନେଇଥିଲା ଦୁଇ ଜୀବନ

99

କନକ ବ୍ୟୁରୋ : ଅନୁଗୁଳ ବନ୍ତଳାରେ ମାତିଛି ହାତୀ । ପୁଣି ହାତୀ ନେଲା ଜଣଙ୍କ ଜୀବନ । ବନ୍ତଳା ବନାଞ୍ଚଳ ମରଣ୍ଡା ଗାଁର ଜଣେ ୫୫ ବର୍ଷୀୟା ବୃଦ୍ଧାଙ୍କ ଜୀବନ ଯାଇଛି । ମୃତକ ହେଉଛନ୍ତି ଖଜୁରୀ ବେହେରା । ସେ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଦନ୍ତା ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଗତ ୨୪ ତାରିଖରେ ହାତୀ ଆକ୍ରମଣରେ ୨ ଜଣଙ୍କ ଜୀବନ ଯାଇଥିଲା । ସେହିପରି ୨୫ ତାରିଖରେ ପୁଣି ଜଣେ ମହିଳା ଆହତ ହୋଇଛନ୍ତି । ଏବେ ପୁଣି ଜଣଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।