ରୂପେଲି ପରଦାର ସୂନେଲି ନାୟିକା ! ଯାହାଙ୍କ ଅଭିନୟ ଚାତୁରୀ ଆଗରେ ହାର୍ ମାନିଛି ସବୁକିଛି

38

ରଙ୍ଗ ଆଧାରରେ ଭେଦଭାବ । ଶରୀରର ରଙ୍ଗକୁ ନେଇ ଅନେକ ସ୍ଥାନରେ ଅନେକ ଲୋକଙ୍କୁ ଏପରି ପରିସ୍ଥିତିର ସମ୍ମୁଖୀନ ହୋଇଥାନ୍ତି । ତେବେ ଶ୍ୟାମଳ ରଙ୍ଗ ହେଉ ବା ଗୋରା । ଏହା କାହାର ଦାନ ନୁହେଁ, ଏହା ପ୍ରାକୃତିକ । ତେଣୁ ରଙ୍ଗକୁ ନେଇ ଖରାପ ଭାବିବା ହିଁ ଖରାପ । ତେବେ ଏହି ରଙ୍ଗ ଭେଦଭାବର ଛିଟା ବଲିଉଡରେ ମଧ୍ୟ ପଡିଛି । ଅନେକ ନାୟିକା ଏହାର ଶିକାର ହୋଇଛନ୍ତି । ତଥାପି ଏ ସମସ୍ତ ବାଦ ବିବାଦକୁ ପଛରେ ପକାଇ ଆଗକୁ ବଢିଛନ୍ତି ଏହି ସୁନ୍ଦରୀମାନେ ।

ସ୍ମିତା ପାଟିଲ୍ : ଏହି ତାଲିକାରେ ପ୍ରଥମ ନାଁ ଆସେ ବିଗତ ଦିନର ନାୟିକା ସ୍ମିତା ପାଟିଲଙ୍କର । ୧୯୭୪ ରୁ ୧୯୮୯ ବର୍ଷ ମଧ୍ୟରେ ସ୍ମିତାଙ୍କ ଅନେକ ସିନେମା ଆସିଥିଲା । ଦମଦାର୍ ଅଭିନୟ ଏବଂ କଥାକୁହା ଆଖି ପାଇଁ ସ୍ମିତଙ୍କର ଥିଲେ ଲକ୍ଷ ଲକ୍ଷ ପ୍ରଶଂସକ । ତାଙ୍କର ରଙ୍ଗ କେବେବି ତାଙ୍କ ଅଭିନୟ ଉପରେ ପ୍ରଭାବ ପକାଇ ନଥିଲା ।
ନନ୍ଦିତା ଦାସ : ଓଡିଆ ଝିଅ ନନ୍ଦିତା ଏକ ସାକ୍ଷାତକାରରେ କହିଥିଲେ ଗୋଟିଏ ସମୟରେ ଶ୍ୟାମଳ ରଙ୍ଗ ପାଇଁ ତାଙ୍କୁ କୌଣସି ସିନେମା ମିଳୁନଥିଲା । ହେଲେ ଅଟକି ଯାଇନଥିଲେ ନନ୍ଦିତା । ଆଉ ଦିନ ହାରିଥିଲା ରଙ୍ଗ ଆଉ ଜିତିଥିଲା ଅଭିନୟ । ଫାୟାର୍ , ଆର୍ଥ ୧୯୪୭ ପରି ଅନେକ ହିଟ୍ ସିନେମା ଦର୍ଶକଙ୍କୁ ଭେଟି ଦେଇଛନ୍ତି ନନ୍ଦିତା ।

କାଜୋଲ୍ : ଅଭିନେତ୍ରୀ ତନୁଜାଙ୍କ ଝିଅ କାଜୋଲ୍ । ପରିବାର ସିନେମା ଦୁନିଆଁ ସହ ଜଡିତ ଥିଲେ ମଧ୍ୟ ରଙ୍ଗ ପାଇଁ କାଜୋଲଙ୍କ ବଲିଉଡ୍ ଯାତ୍ରା ସହଜ ନଥିଲା । ହେଲେ ଅଭିନୟର ଦମରେ ସମସ୍ତଙ୍କ ମୁହଁ ବନ୍ଦ କରିଦେଇଥିଲେ କାଜୋଲ୍ । ଆଉ ହିଟ୍ ପରେ ହିଟ୍ ସିନେମା ଦେଇ ନୂଆ ମାଇଲଷ୍ଟୋନ୍ ସୃଷ୍ଟି କରିଥିଲେ ଏହି ନାୟିକା ।

କୋଙ୍କଣା ସେନ୍ ଶର୍ମା : ଅଭିନୟ ଯାଦୁରେ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି ପାରିଛନ୍ତି କୋଙ୍କଣା । ଓମକାରା, ତଲଭାର୍, ମିଷ୍ଟର୍ ଆଣ୍ଡ୍ ମିସେସ୍ ଅୟର୍ ଭଳି ଅନେକ ହିଟ୍ ସିନେମାରେ କାମ କରିଛନ୍ତି କୋଙ୍କଣା ।

ବାପାଶା ବସୁ : ବଲିଉଡରେ ବ୍ଲାକ୍ ବିଉଟି ନାଁରେ ବେଶ୍ ପରିଚିତ ବିପାଶା । ଜିସ୍ମ, ଓମକାରା, ଅଜନବୀ, ଜମୀନ୍ ଏବଂ ଗୁନାହ ପରି ଅନେକ ହିଟ୍ ସିନେମା ଦେଇଥିବା ବିପାଶା ମଧ୍ୟ ରଙ୍ଗ ଭେଦଭାବର ଶିକାର ହୋଇଥିଲେ । ହେଲେ ଏସବୁ ତାଙ୍କୁ ଅଟକାଇ ପାରିନଥିଲା ।

ରାଧିକା ଆପ୍ତେ : ସର୍ଟ ସିନେମାରୁ ରାଧିକା ନିଜ ଅଭିନୟ ଆରମ୍ଭ କରିଥିଲେ । ନିଜର ବୋଲ୍ଡ ଏବଂ ସିଧା ସଳଖ ବୟାନ୍ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ଏହି ନାୟିକା । ନିକଟରେ ଆସିଥିବା ସିନେମା ‘ପାର୍ଚଡ’ରେ ଖୁବ୍ ସୁନ୍ଦର ଅଭିନୟ କରିଥିଲେ ରାଧିକା ।