୩୦ ମିନିଟରେ ପଥ ଅତିକ୍ରାନ୍ତ କଲା ନୂତନ ଜ୍ଞାନକୌଶଳରେ ନିର୍ମିତ ଡ୍ରୋନ୍, ସଡକପଥରେ ଯାଇଥିଲେ ଲାଗିଥାନ୍ତା ୨ ଘଂଟା

146

କନକ ବ୍ୟୁରୋ : ରୋଗୀଙ୍କ ପାଖେ ଔଷଧ ପହଂଚାଇଲା ଡ୍ରୋନ୍ । ଉତରାଖଣ୍ଡ ଗଢୱାଲର ଏକ ଦୁର୍ଗମ ଅଂଚଳର ସ୍ୱାସ୍ଥ୍ୟକେନ୍ଦ୍ରକୁ ଡ୍ରୋନ୍ ମାଧ୍ୟମରେ ଗଲା ଔଷଧ । ଯକ୍ଷ୍ମା ରୋଗୀଙ୍କ ପାଇଁ ଋଷିକେଶ ଏମ୍ସରୁ ତେହରିକୁ ଔଷଧ ପଠାଯାଇଛି । ଋଷିକେଶରୁ ତେହରି ୪୦ କିଲୋମିଟର ଥିବା ବେଳେ ଡ୍ରୋନକୁ ଏଥିପାଇଁ ୩୦ ମିନିଟ୍ ସମୟ ଲାଗିଥିଲା । ସଡକ ପଥରେ ଯାଇଥଲେ ଏହା ୨ ଘଂଟାରୁ ଅଧିକ ସମୟ ଲାଗିଥାନ୍ତା । ହେଲେ ଡ୍ରୋନ୍ ଜରିଆରେ ଏହା ମାତ୍ର ୩୦ ମିନିଟ୍ରେ ପହଂଚିପାରିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ ଭିଡିଓ ଶେୟାର ଜାରି କରିଛନ୍ତି । ଟୁଇଟ୍ କରି ସେ କହିଛନ୍ତି, ଏଣିକି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡ୍ରୋନ୍ ବିଶେଷ ଭାବେ ସହାୟକ ହେବ । ଡ୍ରୋନ ଜରିଆରେ ସ୍ୱାସ୍ଥ୍ୟକ୍ଷେତ୍ରରେ ଏକ ନୂଆ ବିପ୍ଲବ ଆସିବାକୁ ଯାଉଛି ।