ଧନୁତୀରର ଦାବିଦାର ହେଲେ ଏକନାଥ ସିନ୍ଧେ ଗୋଷ୍ଠୀ । ଘୋଷଣା କଲେ ନିର୍ବାଚନ ଆୟୋଗ ।

127

କନକ ବ୍ୟୁରୋ: ଶିବସେନାର ଦଳୀୟ ଚିହ୍ନ ଧନୁତୀରର ଦାବିଦାର ହେଲେ ଏକନାଥ ସିନ୍ଧେ ଗୋଷ୍ଠୀ । ନିର୍ବାଚନ ଆୟୋଗ ଆଜି ଏହି ଘୋଷଣା କରିଛନ୍ତି । ଶିବସେନାରେ କନ୍ଦଳ ପରେ ଦୁଇଟି ଗୋଷ୍ଠୀ ହୋଇଥିଲା । ଏହାପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଧେଙ୍କ ମଧ୍ୟର ଦଳୀୟ ଚିହ୍ନକୁ ନେଇ ବିବାଦ ଲାଗି ରହିଥିଲା । ପରେ ନିର୍ବାଚନ ଆୟୋଗ ଦଳୀୟ ଚିହ୍ନ ଧନୁତୀରକୁ ଏକନାଥ ଗୋଷ୍ଠୀଙ୍କୁ ଦେଇଛନ୍ତି ।