ଗାଧୋଇବା ସମୟରେ କରନ୍ତୁ ନାହିଁ ଏହି ଭୂଲ । ନଚେତ ବିପଦରେ ପଡିପାରେ ଆପଣଙ୍କ ଜୀବନ ।

60

ଗାଧୋଇବା ଦ୍ୱାରା ଶରୀରରେ ଲୋକମାନେ ଅଧିକାଂଶ ଲୋକ ଗାଧୋଇବା ପରେ ଫ୍ରେଶ ଅନୁଭବ କରନ୍ତି । ଆଉ କିଛି ଲୋକ ଗାଧୋଇବା ପରେ ମଧ୍ୟ ଫ୍ରେଶ ଅନୁଭବ କରନ୍ତି ନାହିଁ । କିନ୍ତୁ ଏହା ପଛରେ ରହିଛି କିଛି କାରଣ ଯାହା ସମସ୍ତେ ଜାଣିବା ନିହାତି ଦରକାର ।

ଅଧିକାଂଶ ଲୋକଙ୍କର ଚିନ୍ତାଧାରା ହେଉଛିଯେ ଗାଧୋଇବା ସମୟରେ ସାବୁନର ବ୍ୟବହାର କଲେ ଫ୍ରେଶ ଅନୁଭବ ହୋଇଥାଏ । କିନ୍ତୁ ଏଭଳି ହୋଇ ନଥାଏ । ସାବୁନ ବ୍ୟବହାର ଦ୍ୱାରା ଅଧିକ ସମୟ ଶରୀର ଫ୍ରେଶ ରହି ନଥାଏ । କାରଣ ସାବୁନରେ ଥିବା କ୍ଲୋନିଙ୍ଗ ଏଜେଂଟ ଶରୀରକୁ ଶୁଷ୍କ କରି ଦେଇଥାଏ । ଯାହା ଦ୍ୱାରା ଚର୍ମରେ ପୋଜାଜଳା ଏବଂ କୁଣ୍ଡାଇ ହୋଇଥାଏ ।

ଗାଧୋଇବା ସମୟରେ ପୁରୁଣା ବଡି ବ୍ରଶକୁ ବ୍ୟବହାର କରନ୍ତୁ ନାହିଁ । କାରଣ ସେଥିରେ ମଇଳା ରହି ଯାଇଥାଏ,ଯେଉଁ ବ୍ୟାକ୍ଟେରିଆ ଶରୀରକୁ କ୍ଷତି ପହଂଚାଇଥାଏ ଏବଂ ଫ୍ରେଶ ଅନୁଭବ ହୋଇ ନଥାଏ । ତେଣୁ ଏହାକୁ ପ୍ରତି ୩ ମାସରେ ଥରେ ବଦଳାଇ ଦିଅନ୍ତୁ । ଶୀତରେ ଅଧିକାଂଶ ଲୋକ ଗରମ ଜଳରେ ଗାଧୋଇବାକୁ ଖୁବ ଭଲ ପାଆନ୍ତି । କିନ୍ତୁ ଏହା ଦ୍ୱାରା ତ୍ୱଚାର ମଏଶ୍ଚରାଇଜର ଶୁଷ୍କ ହୋଇଯାଏ । ଯେଉଁ କାରଣରୁ କୁଣ୍ଡେଇ ହୁଏ ।

ଏହା ବ୍ୟତୀତ ଶରୀର ତାପମାତ୍ରାରେ ଅସନ୍ତୁଳନ ଦେଖାଯାଏ ଏବଂ ଗାଧୋଇବାର କିଛି ସମୟ ପରେ ଶରୀରରୁ ଝାଳ ବାହାରେ । ତେଣୁ ଥଣ୍ଡା ଜଳରେ ଗାଧୋଇବା ଦରକାର । ଏହା ସହିତ ଯେଉଁଭଳି ଭାବରେ ଅଧି୍କ ଗରମ ଜଳରେ ଗାଧୋଇବା ଅନୁଚିତ ଠିକ ସେହିଭଳି ଅଧିକ ଥଣ୍ଡା ଜଳରେ ମଧ୍ୟ ଗାଧୋଇବା ଅନୁଚିତ । କାରଣ ଏହା ଦ୍ୱାରା ଶରୀରରେ କଷ୍ଟ ଅନୁଭବ ହୋଇଥାଏ ।

ଶାମ୍ପୁ କରିବା ସମୟରେ ଧ୍ୟାନ ଦିଅନ୍ତୁ ଯେ ଯେପରି ସେହି ପ୍ରଡକ୍ଟସ ଶରୀରର ଅଲଗା ଅଙ୍ଗରେ ନ ପଡ଼େ । କାରଣ ସେଥିରେ ଥିବା କେମିକଲ ତ୍ୱଚାରେ ପ୍ରତିକ୍ରିୟା କରିଥାଏ । ଏହା ସହିତ ଗାଧୋଇବା ପାଇଁ ୧୦ ମିନିଟରୁ ଅଧିକ ସମୟ ନିଅନ୍ତୁ ନାହିଁ । ଏହା କ୍ଷତିକାରକ ହୋଇଥାଏ । ଯଦି ଆପଣଙ୍କ ଶରୀର ଶୁଖିଲା ଲାଗୁଛି ତେବେ ଟାୱେଲ ବ୍ୟବହାର କରନ୍ତୁ ନାହିଁ । ତ୍ୱଚାକୁ କୋମଳ ରଖିବା ପାଇଁ ଗାଧୋଇ ସାରିବା ପରେ ଶରୀରରେ ବଡି ମଏଶ୍ଚରାଇଜର ବ୍ୟବହାର କରନ୍ତୁ ।