ପୁଲିସ ଛାଉଁଁଣି ଭିତରେ ଢିଙ୍କିଆ ଗାଁ । କାଲିଠୁ ବାକିଥିବା ପାନବରଜ ଉଛେଦକରିପାରେ ପ୍ରଶାସନ

107

କନକ ବ୍ୟୁରୋ : ଆସନ୍ତାକାଲିଠୁ ଢିଙ୍କିଆରେ ପାନ ବରଜ ଉଚ୍ଛେଦ କରିପାରେ ପ୍ରଶାସନ । ପାନବରଜ ଭାଙ୍ଗିବା ବେଳେ ଗାଁ ଲୋକେ ବିରୋଧ କରିବାରୁ ପ୍ରଶାସନ ପାନବରଜ ଉଛେଦ ଉପରେ ରୋକ୍ ଲଗାଇଛି । ଲୋକଙ୍କ ସହ ମୁହାଁମୁହିଁ ହେବାବେଳେ ଉତେଜନା ସୃଷ୍ଟି ହେବାପରେ ଗାଁରେ ଏବେ ପଇଁତରା ମାରୁଛି ପୁଲିସ ।
ଅନ୍ୟପଟେ ଗିରଫଦାରୀ ଭୟରେ ଖାଲି ହୋଇଯାଇଛି ଗାଁ । ଲୋକେ ଘର ଛାଡି ବିଲରେ ଲୁଚି ରହିଛନ୍ତି । ପାନବରଜ ଉଚ୍ଛେଦ ବେଳେ ଗ୍ରାମବାସୀ ଓ ପୁଲିସ ମଧ୍ୟରେ ହୋଇଥିବା ଧସ୍ତାଧସ୍ତି ଓ ମାରପିଟ୍ ଘଟଣାରେ ୮ଜଣଙ୍କୁ ଗିରଫ କରାଯାଇଛି । ଲୋକେ ବିଲରେ ଲୁଚି ଥିବା ଦେଖିବାକୁ ମିଳିଛି । ପ୍ରାୟ ଦୁଇ ମାସର ଛକାପଂଝା ପରେ ଏବେ ଯେଉଁଁ ପରିସ୍ଥିତି ସୃଷ୍ଟି ହୋଇଛି ଅନୁମାନ କରାଯାଉଛି ପ୍ରକଳ୍ପ ବିରୋଧୀ ଗଡ ଢ଼ିଙ୍କିଆରେ ସ୍ୱର ନରମିଛି । ଆଉ ନେତା ଗିରଫ ହେବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି ।
ସେପଟେ ପୁଲିସର ଲାଠିମାଡ ପରେ ରାଜନୈତିକ ମହଲରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । ନେତା କହିଛନ୍ତି, ଏଭଳି ମାଡ ମାରି ଶିଳ୍ପ ପ୍ରତିଷ୍ଠା କରାଯାଇ ପାରିବ ନାହିଁ । କେବଳ ଆଲୋଚନା ହିଁ ଏକ ମାତ୍ର ରାସ୍ତା ବୋଲି ମତ ଦେଇଛନ୍ତି ।