ଘୁଞ୍ଚିବନି ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷା । କୋଭିଡ୍ କଟକଣାରେ ୨୦ରୁ ହେବ ପରୀକ୍ଷା ।

123

କନକ ବ୍ୟୁରୋ : ଘୁଞ୍ଚିବନି ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷା । କୋଭିଡ କଟକଣା ଭିତରେ ଅନୁଷ୍ଠିତ ହେବ ପରୀକ୍ଷା । କୋଭିଡ ଗାଇଡଲାଇନ୍ ପାଳନ କରି ପରୀକ୍ଷା କରାଇବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ପରୀକ୍ଷାର୍ଥୀଙ୍କୁ କୋଭିଡ ମାର୍ଗଦର୍ଶିକା ପାଳନ କରିବାକୁ ଓଡି଼ଶା ଲୋକସେବା ଆୟୋଗ ପକ୍ଷରୁ କୁହାଯାଇଛି । ଆସନ୍ତା ୨୦ ତାରିଖରୁ ଓଡି଼ଶା ସିଭିଲ ସର୍ଭିସ ମେନ ପରୀକ୍ଷା ଓ ୨୩ ତାରିଖରୁ ଆସିଷ୍ଟାଣ୍ଟ ସର୍ଜନ ପଦବୀ ଲାଗି ପରୀକ୍ଷା ଅନୁଷ୍ଠିତ ହେବ ।

ପରୀକ୍ଷା ସମୟରେ ପରୀକ୍ଷାର୍ଥୀ ଏନ-୯୫ ମାସ୍କ ପିନ୍ଧି ପରୀକ୍ଷା କେନ୍ଦ୍ରକୁ ଆସିବେ । ମାସ୍କ ପିନ୍ଧିନଥିବା ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ଏଥିସହ ପରାକ୍ଷାର୍ଥୀ ଏକ ସ୍ୱଚ୍ଛ ବୋତଲରେ ନିଜ ସାଙ୍ଗରେ ସାନିଟାଇଜର ଏକଜାମ ହଲକୁ ନେଇପାରିବେ । ଏହାଛଡା ପରୀକ୍ଷା କେନ୍ଦ୍ର ପରିସରରେ ପରୀକ୍ଷାର୍ଥୀ ସମାଜିକ ଦୂରତା ରକ୍ଷା କରିବେ ।

ପରୀକ୍ଷା ଦେବା ସମୟରେ କୌଣସି ପରୀକ୍ଷାର୍ଥୀଙ୍କ କରୋନା ଲକ୍ଷଣ ଦେଖା ଦେଲେ ତୁରନ୍ତ ପରୀକ୍ଷା ପରିଚାଳକଙ୍କୁ ଜଣାଇବେ । ଲକ୍ଷଣ ଦେଖା ଦେଲେ ପରୀକ୍ଷାର୍ଥୀଙ୍କ ନିମନ୍ତେ ପୃଥକବାସ ପରୀକ୍ଷା କଠୋରୀର ବ୍ୟବସ୍ଥା କରାଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ବେଗରେ ମାଡି ଚାଲିଥିବାରୁ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରୁଥିଲେ ପରୀକ୍ଷାର୍ଥୀ । ତେବେ ରାଜ୍ୟ ସରକାର କୋଭିଡ କଟକଣା ଭିତରେ ପରୀକ୍ଷା କରିବାକୁ ନିଷ୍ପତି ନେଇଛନ୍ତି ।