ଦିଲ୍ଲୀ ଅକ୍ଷରଧାମ୍ ମନ୍ଦିରରେ ଫାୟାରିଙ୍ଗ୍ !  ଭୟରେ ଥରୁଛନ୍ତି ସ୍ଥାନୀୟ ଲୋକ, ପୂର୍ବରୁ ଥରେ ହୋଇଯାଇଛି ଆତଙ୍କବାଦୀ ଆକ୍ରମଣ

499

ବର୍ତ୍ତମାନ ଦିଲ୍ଲୀର ଅକ୍ଷରଧାମ୍ ମନ୍ଦିରରେ ଫାୟାରିଙ୍ଗ୍ ହେବାର ଖବର ଆସୁଛି । ଏହି ଘଟଣା ପରେ ଆଖପାଖ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ସୂତ୍ର ଅନୁସାରେ ଅକ୍ଷରଧାମ୍ ମନ୍ଦିରର ରିହାୟସୀ କ୍ଷେତ୍ର ପାଣ୍ଡବ ନଗରରେ ଲୁଟ୍ ହେବା ପରେ ଅଭିଯୁକ୍ତ ପୋଲିସ୍ ଉପରକୁ ଗୁଳି ଚାଳନା କରିଥିଲେ । ପୋଲିସ୍ ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଉକ୍ତ ସ୍ଥାନରେ ଅଧିକ ସଂଖ୍ୟାରେ ପୋଲିସ୍ ପହଂଚିଥିଲା । ଦିଲ୍ଳୀ ପୋଲିସ୍ ର ଏକ ଟିମ୍ ଉକ୍ତ ସ୍ଥାନକୁ ଯାଇ ଦୁଇଜଣ ସନ୍ଦିଗ୍ଧକୁ ଠାବ କରିଥିଲେ । କିନ୍ତୁ ଏଥିରୁ ଜଣେ ପୋଲିସ୍ ହାତରେ ଧରାପଡିଥିଲେ ଅନ୍ୟ ଜଣେ ପୋଲିସ୍ ଉପରକୁ ଫାୟାରିଙ୍ଗ୍ କରି ଉକ୍ତ ସ୍ଥାନରୁ ଫେରାର୍ ହେବାରେ ସଫଳ ହୋଇଥିଲା । ତେବେ ବର୍ତ୍ତମାନ ମନ୍ଦିର ଆଖପାଖର ଲୋକେ ଖୁବ୍ ଭୟଭୀତ ହୋଇ ଉଠିଛନ୍ତି ।

୨୦୦୨ ମସିହାରେ ଗୁଜରାଟର ଅକ୍ଷରଧାମ୍ ମନ୍ଦିରରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ : ଆପଣଙ୍କୁ କହିରଖୁଛୁ ଏହା ପୂର୍ବରୁ ବର୍ଷ ୨୦୦୨ ରେ ଉକ୍ତ ମନ୍ଦିରରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ୨୪ ସେପ୍ଟେମ୍ବର ୨୦୦୨ ମସିହାରେ ଅକ୍ଷରଧାମ୍ ମନ୍ଦିରରେ ଆତଙ୍କବାଦୀ ଆକ୍ରମଣ ହୋଇଥିôଲା । ଏହି ଆକ୍ରମଣ ଲସ୍କର-ଏ-ତୋଇବା ସଂଗଠନ କରିଥିବା କଥା ସାମ୍ନାକୁ ଆସିଥିଲା । ଏହି ଆକ୍ରମଣରୋ ୩୨ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦ ଜଣ ଲୋକ ଗମ୍ଭୀର ଭାବରେ ଆହତ ହୋଇଥିଲେ ।