କେନ୍ଦୁଝର କଳାପାଟ ସଂରକ୍ଷିତ ଜଙ୍ଗଲରୁ ତୀର ମାଡ଼ରେ ମାଆ ଓ ନବଜାତ ହାତୀର ମୃତଦେହ ଉଦ୍ଧାର । ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ମହାନ୍ତ ନିଲମ୍ବିତ

76

କନକ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ କଳାପାଟ ସଂରକ୍ଷିତ ଜଙ୍ଗଲରେ ମା ଓ ନବଜାତ ହାତୀର ମୃତଦେହ ଉଦ୍ଧାର ଘଟଣା । ତେବେ ତୀର ମାଡ଼ରେ ହାତୀ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଦାୟିତ୍ୱରେ ଅବହେଳା ନେଇ କେନ୍ଦୁଝର ଡିଏଫଓଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତାଳପଦା ଫରେଷ୍ଟର ସେକ୍ସନର ପୂର୍ବତନ ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କୁ ନିଲମ୍ବିତ କରାଯାଇଛି । ରେଞ୍ଜର ଅଧିକାରୀ ଶିବାଜୀ ମୋହନ ରାଓ, ବର୍ତ୍ତମାନର ଫରେଷ୍ଟର ଯଦୁମଣି ରଣା ଓ ଫରେଷ୍ଟ ଗାର୍ଡ଼ ଝରଣା ସାହୁଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ବିଳମ୍ବରେ ହାତୀ ମୃତ୍ୟୁ ଖବର ପାଇବା ନେଇ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।