କନକ ବ୍ୟୁରୋ : କୃଷି ମନ୍ତ୍ରୀଙ୍କ ଚାଷୀଙ୍କୁ କଟାକ୍ଷ କରିବା ପ୍ରସଙ୍ଗରେ ପ୍ରଦୀପ ମହାରଥୀଙ୍କ ସମର୍ଥନରେ ବାହାରିଛନ୍ତି ସମବାୟ ମନ୍ତ୍ରୀ ଦାମ ରାଉତ । ସେ କହିଛନ୍ତି, ପ୍ରକୃତ ଚାଷୀ ଆତ୍ମହତ୍ୟା କରନ୍ତିନି । ଯିଏ କରନ୍ତି ଜମି ମାଲିକଙ୍କ ଅତ୍ୟାଚାର ସହି ନପାରି କରନ୍ତି । ସରକାରଙ୍କ ଯୋଗୁଁ ଆତ୍ମହତ୍ୟା କରନ୍ତିନି ।
Kanak News is now on WhatsApp
Join and get latest news updates delivered to you via WhatsApp
କୃଷି ମନ୍ତ୍ରୀଙ୍କ କହିବା ଉଦ୍ଦେଶ୍ୟ ଖରାପ ନୁହେଁ । ତାଙ୍କ କହିବା କଥା ହେଲା, ବିଧାନସଭା ବେଳେ ଚାଷୀ ଆତ୍ମହତ୍ୟା କଥା ଉଠୁଛି କିନ୍ତୁ ଅନ୍ୟ ବେଳେ କାହିଁକି ଚୁପ୍ ବୋଲି ସେ ପ୍ରଶ୍ନ କରିଛନ୍ତି । ୮୫ପ୍ରତିଶତ କ୍ଷୁଦ୍ର ଚାଷୀଙ୍କ ସମସ୍ୟା ଅଛି, କିନ୍ତୁ ତାଙ୍କ କଥା କେହି ବୁଝୁନାହାନ୍ତି ବୋଲି ଦାମୋଦର ରାଉତ କହିଛନ୍ତିି ।
ଏହାସହ ଦେଖନ୍ତୁ ଏହି ଭିଡିଓ-