ବିବାଦରେ ଧର୍ମଗୁରୁ ଦଲାଇଲାମା : ଜିଭ ଦେଖାଇ ଶିଶୁକୁ ଚୁମ୍ବନ ଦେବାକୁ କହିଲେ ତିବ୍ବତୀୟ ଗୁରୁ; ଟ୍ୱିଟରରେ ଏଭଳି ଆଚରଣକୁ ନେଇ ନେଇ ଉଠିଲା ଆପତ୍ତି

228

କନକ ବ୍ୟୁରୋ : ବିବାଦରେ ତିବ୍ୱତୀୟ ଧର୍ମଗୁରୁ ଦଲାଇଲାମା । ଜଣେ ଶିଶୁକୁ ସ୍ନେହରେ ଚୁମ୍ବନ ଦେବା ସହ ନିଜ ଜିଭ ଦେଖାଇ ଶିଶୁକୁ ଚୁମ୍ବନ ଦେବାକୁ ଦଲାଇଲାମା କହୁଥିବା ଦେଖିବାକୁ ମିଳୁଛି । ଏହି ଭିଡିଓ ଟ୍ୱିଟରରେ ଜୁଷ୍ଟ ବ୍ରୁକର୍ସ ନାମକ ଜଣେ ଟ୍ୱିଟର ୟୁଜର ଟ୍ୱିଟ୍ କରିବା ପରେ ବିବାଦ ସାମ୍ନାକୁ ଆସିଛି । ଧର୍ମଗୁରୁ ଦଲାଇଲାମାଙ୍କୁ ଏଭଳି କାହିଁକି କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା ଜଣେ ଶିଶୁର ଓଠରେ ଚୁମ୍ବନ ଦେଇ ତାକୁ ଗେଲ କରୁଛନ୍ତି । ଏହା ପରେ ସେ ଜିଭ ଦେଖାଇ ଶିଶୁ ଆଡକୁ ନିଜ ମୁହଁ ନେଉଛନ୍ତି । ଏଭଳି ଭିଡିଓ ସେୟାର କରି ଜୁଷ୍ଟ ବ୍ରୁକର୍ସ ଲେଖିଛନ୍ତି, ଦଲାଇଲାମା ଏକ କାର୍ଯ୍ୟକ୍ରମରେ ଜଣେ ଭାରତୀୟ ବାଳକକୁ ଚୁମ୍ବନ ଦେଉଛନ୍ତି ଏବଂ ତାଙ୍କ ଜିଭକୁ ଛୁଇଁବାକୁ ଚେଷ୍ଟା କରୁଛନ୍ତି ।

ପରେ ସେ ବାଳକକୁ ତାଙ୍କ ଜିଭ ଦେଖାଇ ଚୁମ୍ବନ ଦେବାକୁ କହୁଛନ୍ତି । ତେବେ ସେ ଏପରି କାହିଁକି କରିଛନ୍ତି ? ଏଭଳି ଭିଡିଓ ଭାଇରାଲ ହେବା ପରେ କିଛି ଟ୍ୱିଟର ବ୍ୟବହାରକାରୀ ଏଭଳି କାମକୁ ବିରୋଧ କରି ଧର୍ମଗୁରୁଙ୍କୁ ଗିରଫ କରାଯିବା ଜରୁରୀ ବୋଲି ଦାବି କରିଛନ୍ତି । ମାତ୍ର ଏ ଖବର ଲେଖାଯିବା ପର୍ଯ୍ୟନ୍ତ ଦଲାଇଲାମାଙ୍କ ସଙ୍ଗଠନ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ଆସିନାହିଁ ।