ଆଜି ସ୍ନାନଯାତ୍ରା ପାଇଁ ଦଇତା ପ୍ରବେଶ : ଦିନକ ପରେ ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା

214

କନକ ବ୍ୟୁରୋ : ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଉତ୍ସବ ମୁଖର ବଡ଼ଦାଣ୍ଡ । ଆଉ ମାତ୍ର ଦିନକ ପରେ ଦେବସ୍ନାନ ପୂଣ୍ଣିମା । ତେଣୁ ଏହାକୁ ନେଇ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତି ଜୋରଦାର ହେଲାଣି । ତେବେ ସକାଳୁ ସକାଳୁ ଶ୍ରୀମନ୍ଦିର ସମ୍ମୁଖରେ ଭକ୍ତଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି । ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଗତକାଲି ମଦନ ମୋହନ ଓ ରୁକ୍ମଣୀଙ୍କ ଗୁଆଲି ପର୍ବ ଶେଷ ହୋଇଛି । ଆଜି ସ୍ନାଯାତ୍ରା ପାଇଁ ଦଇତା ପ୍ରବେଶ କରିଛନ୍ତି । ଆଜି ବାହୁଟ କଂଟ ଓ ଆସନ୍ତାକାଲି ସେନାପଟା ଲାଗି କରାଯିବ । ସେପଟେ ଆଜି ପହୁଡ଼ ପରେ ରତ୍ନସିଂହାସନ ଚାରମାଳ ବନ୍ଧା ହେବାର ନୀତି ରହିଛି ।