ଦୁର୍ବଳ ହୋଇଛି ବାତ୍ୟା । ଏନେଇ କ’ଣ କହିଲେ ଆଇଏମଡି ଡିଜି..

1,514

କନକ ବ୍ୟୁରୋ: ବାତ୍ୟା ଦୁର୍ବଳ ହୋଇଛି ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଦିଗ ପରିବର୍ତ୍ତନ କରୁଥିବାରୁ ଦୁର୍ବଳ ହେଉଛି ବାତ୍ୟା । ଏବେ ଉତ୍ତର ଦିଗରେ ଗତି କରୁଛି । ୧୨ ଘଣ୍ଟା ପରେ ଉତ୍ତର-ପୂର୍ବ ଦିଗରେ ଗତି କରିବ ଜୱାଦ । ଅନ୍ୟପଟେ ଏହାର ପ୍ରଭାବରେ ଆଜି ରାଜ୍ୟରେ ବର୍ଷା ଜାରି ରହିବ ।

ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ମୁତାବକ, ପୁରୀ ନିକଟରେ ହେବା ବେଳକୁ ଏହା ବାତ୍ୟା ରୂପରେ ରହିବ ନାହିଁ ବରଂ ଅବପାତ କିମ୍ବା ଗଭୀର ଅବପାତ ରୂପରେ ପହଞ୍ଚିବ । ଦିଗ ପରିବର୍ତ୍ତନ ଯୋଗୁଁ ବାତ୍ୟା ଦୁର୍ବଳ ହୋଇଥିଲେ ବି ଏହାର ପ୍ରଭାବରେ କିଛି ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବ । ଆସନ୍ତା କାଲି ଉତ୍ତର ଓଡିଶାରେ ବର୍ଷା ହେବ । ଏହାସହ ପୂର୍ବାପେକ୍ଷା କମ ବେଗରେ ପବନ ବହିପାରେ । ତେଣୁ ଏହାକୁ ଅଣଦେଖା ନକରି ଲୋକଙ୍କୁ ସତର୍କ ରହିବାକୁ କହିଛି ବିଭାଗ ।