୬ ୱିକେଟରେ ୱେଷ୍ଟଇଣ୍ଡିଜକୁ ହରାଇଲା ଭାରତ, ୧-୦ରେ ସିରିଜ ଆଗୁଆ

134

କନକ ବ୍ୟୁରୋ : ଭାରତ ତାର ଆଜି ୧ ହଜାର ତମ ଏକ ଦିବସୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । ଗୁଜୁରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ହରାଇ ୧-୦ ରେ ସିରିଜ ଆଗୁଆ ରହିଛି । ଭାରତ ପ୍ରଥମେ ଟଚ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଅଧିନାୟକ ରୋହିତ ଶର୍ମା । ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୪୩.୫ ଓଭରେ ୧୭୬ ରନ ସ୍କୋର କରିଥିଲା । ୱେଷ୍ଟଇଣ୍ଡିଜ ପକ୍ଷରୁ ଜେସନ ହୋଲ୍ଡର ସର୍ବାଧିକ ୫୭ ରନ ସ୍କୋର କରିବାରେ ସମର୍ଥ ହୋଇଥିଲେ । ଏହି କ୍ରମରେ ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହର ୪ ଟି ଓ ୱାସିଂଟନ ସୁନ୍ଦର ୩ ଟି ୱିକେଟ ହାସଲ କରିଥିଲେ ।

ଭାରତୀୟ ଟିମ ବ୍ୟାଟିଂ କ୍ରମରେ ୨୮ ଓଭରରେ ୪ ୱିକେଟ ହରାଇ ବିଜୟ ହାସଲ କରିଛି । ଓପନିଂ ବ୍ୟାଟ୍ସମ୍ୟାନ ଭାବେ ଇଶାନ କିଷନ ଓ ରୋହିତ ଶର୍ମା ଦଳ ପାଇଁ ୮୪ ରନ ସଂଗ୍ରହ କରିଥିଲେ । ଏଥିରେ ରୋହିତ ଶର୍ମା ୫୧ ବଲରୁ ୬୦ ରନ କରି ଆଉଟ ହୋଇଥିଲେ । ହେଲେ ଏହାପର ୱିକେଟ ଭାବେ ରୋହିତ ଶର୍ମା ୨ ଟି ବଲରେ ୨ଟି ଚୌକାମାରି ଆଉଟ ହୋଇଥିଲେ ।