ଚୋରା ଗୋରୁଚାଲାଣ ଟ୍ରକକୁ ଜବତ କଲା ପୋଲିସ : ଯାଞ୍ଚ ବେଳେ ୫୦ ବାଛୁରୀଙ୍କ ମୃତ୍ୟୁ ହୋଇଥିବା କହିଲା ପୋଲିସ

36

କନକ ବ୍ୟୁରୋ : ଥମିବାରେ ନା ନେଉ ନାହିଁ ଚୋରା ଗୋରୁଚାଲାଣ । ସାରା ଦେଶରେ ବର୍ତ୍ତମାନ ସମୟରେ ଚୋରା ଗୋରୁଚାଲାଣ କୁ ନେଇ ଚିନ୍ତାରେ ସରକାର । ଏପରି ଏହି ମାମଲାରେ ଅନେକ ହିଂସା ମଧ୍ୟ ଦେଶରେ ହେଉଛି । ତେବେ ଗତକାଲି ରାତିରେ ଆନ୍ଧ୍ର ପ୍ରଦେଶରୁ ଓଡିଶା ଦେଇ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ହେଉଥିବା ଖବର ପାଇ ଥିଲା ପୋଲିସ । କଟକ ହାଡୀଆପଠାସ୍ଥିତ ଗୋଷଳାରେ ଆନିମଲ ଓଲଫେୟାର ବୋର୍ଡର ସଦସ୍ୟ ଓ ପୋଲିସଙ୍କ ଉପସ୍ଥିତିରେ ଗାଡିକୁ ଜବତ କରାଯାଇଥିଲା । ତେବେ ସେତେବେଳେ ଗାଡି ଭିତରେ ଥିବା ୫୦ ବାଛୁରୀଙ୍କର ମୃତ୍ୟୁ ହୋଇଥିବା କଥା ଜଣାପଡିଥିଲା । ଓଡିଶା ଦେଇ ବାରମ୍ବାର ଗୋରୁଚାଲାଣ ହେଉଛି ।

 

କେଉଁଥି ପାଇଂ କେବଳ ଓଡିଶା ଦେଇ ଅତ୍ୟଧିକ ପରିମାଣରେ ଗୋରୁ ଚାଲାଣ ହେଉଛି ତାହାର ତଦନ୍ତ କରିବାର ଆବଶ୍ୟକ ବୋଲି ବୁଦ୍ଧିଜୀବି ମାନେ ମତ ପ୍ରକାଶ କରିଛନ୍ତି । ପୂର୍ବରୁ ଅନେକ ଥର ଏପରି ଗୋରୁଚାଲାଣ ହେଉଥିବା ବେଳେ ପୋଲିସ ତ କେତେବେଳେ ବଜରଙ୍ଗୀ ଦଳର କର୍ମୀମାନେ ଗାଡିକୁ ଜବତ କରୁଛନ୍ତି । ତେଣୁ ପରିସ୍ଥତି ଉତ୍ତେଜନା ପୂର୍ଣ୍ଣ ରହୁଛି । ତେଣୁ ଏପରି ସମ୍ବେଦନଶୀଳ ପ୍ରସଙ୍ଗରେ ପୂର୍ବରୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ଚିନ୍ତା ପ୍ରକାଶ କରିବା ସହ ଏପରି ହିଂସା ରୋକିବା ପାଇଁ ସମସ୍ତ ରାଜ୍ୟ ସରକାର ଏକ କମିଚି ଗଠନ କରିବା ପାଇଂ କୋର୍ଚଟ କହିଥିଲେ । ତେବେ ଗତକାଲି ରାତିରେ ପୁଣି ଗୋରୁଚାଲାଣ ଟ୍ରକ ଜବତ ହୋଇଥିବାରୁ ଜାତୀୟ ରାଜପଥରେ ଜୋରଦାର ଗାଡି ଗୁଡିକ ଯାଞ୍ଚ କରିବା ପାଇଁ ସାଧାରଣରେ ଦାବି ହେଉଛି ।