କରୋନା କମିନି, ଏବେ ବି ଦେଶର ୩୭ ଜିଲ୍ଲାରେ ବଢିଚାଲିଛି ସଂକ୍ରମଣ । କେରଳରେ ଲକ୍ଷେ ପାର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ।
କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ କମୁଥିଲେ ମଧ୍ୟ ୪୪ଟି ଜିଲ୍ଲାରେ ଏବେ ବି ସ୍ଥିତି ଚିନ୍ତାଜନକ ରହିଛି । ଏହି ଜିଲ୍ଲାଗୁଡ଼ିକରେ ସାପ୍ତାହିକ ପଜିଟିଭିଟି ହାର ୧୦ ପ୍ରତିଶତ ଉପରେ ରହିଛି । ବିଶେଷ କରି ୩୭ଟି ଜିଲ୍ଲାର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ ଦେଶର ୯ଟି ରାଜ୍ୟର ୩୭ଟି ଜିଲ୍ଲାର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି । ଏହି ୯ଟି ରାଜ୍ୟ ହେଲେ କେରଳ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ମିଜୋରାମ, ମେଘାଳୟ, କର୍ଣ୍ଣାଟକ, ହିମାଚଳ ପ୍ରଦେଶ, ତାମିଲନାଡ଼ୁ । ଏସବୁ ଜିଲ୍ଲାରେ ଗତ ଦୁଇ ସପ୍ତାହ ହେଲା ସଂକ୍ରମଣ ବଢୁଥିବା ଦେଖାଯାଉଛି । କେରଳ ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ ୧ ଲକ୍ଷରୁ ଅଧିକ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଗତ ସପ୍ତାହରେ ଦେଶରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ପ୍ରାୟ ୫୧ ପ୍ରତିଶତ କେବଳ କେରଳରୁ ଚିହ୍ନଟ ହୋଇଥିଲେ । ଅନ୍ୟପକ୍ଷରେ ସାରା ଦେଶରେ ହାରାହାରି ସାପ୍ତାହିକ ପଜିଟିଭିଟି ହାର ଏବେ ୨ ପ୍ରତିଶତ ତଳେ ରହିଛି ।
ଅମ୍ଳଜାନ ଅଭାବ ଜନିତ ମୃତ୍ୟୁ ସଂପର୍କରେ ଅଗ୍ରୱାଲ କହିଛନ୍ତି ଯେ ଏ ନେଇ ରାଜ୍ୟ ସରକାରମାନଙ୍କୁ ରିପୋର୍ଟ ମଗାଯାଇଛି । ଏପର୍ଯ୍ୟନ୍ତ କୌଣସି ରାଜ୍ୟ ନିର୍ଦ୍ଦିଷ୍ଟଭାବେ ଅମ୍ଳଜାନ ଅଭାବ ଜନିତ ମୃତ୍ୟୁ ସଂପର୍କରେ କୌଣସି ତଥ୍ୟ ଦେଇନାହାନ୍ତି । କେବଳ ଗୋଟିଏ ରାଜ୍ୟ ଏକ ସଂଦିଗ୍ଧ ମୃତ୍ୟୁ ସମ୍ପର୍କରେ ସୂଚୀତ କରିଛି ।