ବିଧାନସଭାରେ ବୀର ସାବରକରଙ୍କ ଫଟୋକୁ ନେଇ କର୍ଣ୍ଣାଟକରେ ଉତେଜନା: କଂଗ୍ରେସର ଜୋରଦାର ପ୍ରତିବାଦ

92

କନକ ବ୍ୟୁରୋ: କର୍ଣ୍ଣାଟକ ବିଧାନସଭାରେ ବୀର ସାବରକର ଫଟୋ ନେଇ କର୍ଣ୍ଣାଟକରେ ଉତେଜନା ଦେଖାଦେଇଛି । କଂଗ୍ରେସ ବିଧାୟକମାନେ ବିଧାନସଭା ସମ୍ମୁଖରେ ଜୋରଦାର ପ୍ରତିବାଦ କରିଛନ୍ତି । ମୁଖ୍ୟ ପ୍ରସଙ୍ଗକରୁ ଲୋକଙ୍କ ଧ୍ୟାନ ହଟାଇବାକୁ ବିଜେପି ଏଭଳି କରୁଥିବା କଂଗ୍ରେସ ଅଭିଯୋଗ କରିଛି । ହେଲେ ବିଜେପି କହିଛି ବିଚାରଧାରା ଅଲଗା ହୋଇପାରେ ହେଲେ ସାବରକର ହେଉଛନ୍ତି ପ୍ରକୃତ ସ୍ୱାଧୀନତା ସଂଗ୍ରାମୀ । ଯାହାକୁ ନେଇ କଣ୍ଣାଟକରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ୧୦ ଦିନିଆ ଶୀତକାଳୀନ ଅଧିବେଶନର ସୋମବାର ପ୍ରଥମ ଦିନରେ ଏଭଳି ହଟଗୋଳ ହୋଇଛି ।