ପୁଣି ଆନ୍ଦୋଳନରେ ଚୁକ୍ତିଭିତ୍ତିିକ ଶିକ୍ଷକ, ଶିକ୍ଷୟତ୍ରୀ । ଚାକିରି ନିୟମିତ କରିବା ଦାବିରେ ଧାରଣା ।

115

କନକ ବ୍ୟୁରୋ: ପୁଣି ଆନ୍ଦୋଳନରେ ଚୁକ୍ତିଭିତ୍ତିିକ ଶିକ୍ଷକ, ଶିକ୍ଷୟତ୍ରୀ । ଚାକିରି ନିୟମିତ କରିବା ଦାବିରେ ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଧାରଣା । ଗାନ୍ଧୀ ମାର୍ଗରେ ଆନ୍ଦୋଳନରତ ଅଛନ୍ତି ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ । ୪୨ଟି ବିଭାଗ ମଧ୍ୟରୁ ୪୧ ଟି ବିଭାଗକୁ ନିୟମିତ କରାଗଲା । ହେଲେ ଏଯାଏଁ କାହିଁକି ଆମକୁ ନିୟମିତ କରାଗଲା ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ଓଡିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତିକ ସଂଘ । ତେବେ ନିକଟରେ ରାଜ୍ୟ ସରକାର ରାଜ୍ୟରୁ କଣ୍ଟ୍ରାଚୁଆଲ ସିଷ୍ଟମକୁ ଉଠେଇଦେଇଥିଲେ । ଅନ୍ୟପଟେ ନିୟମିତ ପାଇଁ ଚିଠି ଏଯାଏଁ ବାହାରିପାରୁନି ବୋଲି ଧାରଣାରତ ଶିକ୍ଷକ ଶିକ୍ଷୟିତ୍ରୀ ଅଭିଯୋଗ କରିବା ସହ ୨ ମାସ ହେଲା ଦରମା ମଧ୍ୟ ପାଇନଥିବା ନେଇ କହିଛନ୍ତି ।