ସାରା ରାଜ୍ୟରେ ପାନ ବାଣ୍ଟିବ କଂଗ୍ରେସ । କଂଗ୍ରେସକୁ ହେବ କେତେ ଫାଇଦା?

139

କନକ ବ୍ୟୁରୋ: ରାଜ୍ୟ କଂଗ୍ରେସର ପାନ ଭଣ୍ଡାର କାର୍ଯ୍ୟକ୍ରମ । ଲୋକଙ୍କୁ ମାଗଣାରେ କଂଗ୍ରେସ ବାଣ୍ଟିଛି ପାନ । ନିର୍ବାଚନ ପାଖେଇ ଆସୁଥିବାବେଳେ ସବୁ ରାଜନୈତିକ ଦଳ ନିଜ ନିଜର ରଣକୌଶଳ ଆପଣାଉଛନ୍ତି । ଆଉ ଏହି ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ କଂଗ୍ରେସ ନୂଆ ଅଭିଯାନ ଆରମ୍ଭ କରିଛି । କାର୍ଯ୍ୟକ୍ରମର ନାଁ ରହିଛି ପାନ ଭଣ୍ଡାର ।

ଦଳ ଅଭିଯୋଗ କରିଛି, କେନ୍ଦ୍ରରେ ବିଜେପି ସରକାର ଓ ରାଜ୍ୟରେ ବିଜେଡି ସରକାର ଓଡିଶାବାସୀଙ୍କୁ ଦୁର୍ନୀତିର ପାନ ଖୁଆଇ ଲୁଟୁଛନ୍ତି । ପାନଭଣ୍ଡାରରେ ଲଗାଯାଇଥିବା ପୋଷ୍ଟରରେ ବିଭିନ୍ନ କ୍ଷେତ୍ରରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଥିବା କୁହାଯାଇଛି । କଂଗ୍ରେସ ପ୍ରଭାରୀ ଅଜୟ କୁମାର ଓ ଅନ୍ୟ ନେତାଙ୍କ ଉପସ୍ଥିତିରେ ଲୋକଙ୍କୁ ମାଗଣା ପାନ ବାଣ୍ଟିଥିଲେ କଂଗ୍ରେସ କର୍ମୀ ।

  • ସାରା ରାଜ୍ୟରେ ପାନ ବାଣ୍ଟିବ କଂଗ୍ରେସ
  • କଂଗ୍ରେସକୁ ହେବ କେତେ ଫାଇଦା?

ଭୁବନେଶ୍ୱରରେ ପାନ ବଣ୍ଟାଯିବା ପରେ ଏହି କାର୍ଯ୍ୟକ୍ରମ ସାରା ରାଜ୍ୟରେ ହେବ । ସାରା ରାଜ୍ୟରେ ମାଗଣା ପାନ ବାଣ୍ଟିବ କଂଗ୍ରେସ । ପାନ ଦୋକାନ ଖୋଲି ଲୋକଙ୍କୁ ସଚେତନ କରାଯିବ ବୋଲି କହିଛି କଂଗ୍ରେସ । ଆଜି କଂଗ୍ରେସ ଭବନ ଆଗରେ ଏହି ପାନ ଭଣ୍ଡାର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ରାସ୍ତାରେ ଯିବା ଆସୁଥିବା ଲୋକଙ୍କୁ କଂଗ୍ରେସ କର୍ମୀ ପାନ ଖୁଆଇ ରାଜ୍ୟ ଓ କେନ୍ଦ୍ର ବିରୋଧରେ ଗର୍ଜିଥିଲେ ।

କାଲିଠାରୁ ରାଜ୍ୟରେ ହେଭିୱେଟ୍ ପ୍ରଚାର ଆରମ୍ଭ ହେଉଛି । ମୁଖ୍ୟମନ୍ତ୍ରୀ କାଲି ହିଞ୍ଜିଳିରୁ ପ୍ରଚାର କରିବାକୁ ଥିବାବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨୫ ତାରିଖରେ ସୋନପୁର ଆସୁଛନ୍ତି । ଆଉ ଏହି ସମୟରେ କଂଗ୍ରେସ ପାନଭଣ୍ଡାର ଚର୍ଚ୍ଚାର ବିଷୟ ହୋଇଛି ।