କଂଗ୍ରେସ ମୁକ୍ତ ଡାକରା ଦେଇଥିବା ଦଳ ଏବେ ନିଜ ଦଳ ବିଷୟରେ ଚିନ୍ତା କରିବାର ଆବଶ୍ୟକ ରହିଛି: ନିରଜଂନ ପଟ୍ଟନାୟକ

ଆଜି ୫ଟି ରାଜ୍ୟର ଫଳାଫଳ ଆସିବା ପରେ ବିଜେପିକୁ ଶକ୍ତ ଝଟକା ଲାଗିଥିବା ସୂଚନା ମିଳିଛି

198

କନକ ବ୍ୟୁରୋ : ଆଜି ୫ଟି ରାଜ୍ୟର ଫଳାଫଳ ଆସିବା ପରେ ବିଜେପିକୁ ଶକ୍ତ ଝଟକା ଲାଗିଥିବା ସୂଚନା ମିଳିଛି । ଦୀର୍ଘଦିନ ପରେ ପୁଣି ଥରେ କଂଗ୍ରେସ କ୍ୟାମ୍ପରେ ଖୁସିର ଲହରୀ ଖେଳିଯାଇଛି । ତେବେ ଏହି ୫ ରାଜ୍ୟର ଫଳାଫଳ ଆସିବା ପରେ କଂଗ୍ରେସ ନେତାମାଙ୍କର ଉତ୍ସାହ ବଢିଯାଇଛି । କେବଳ ଉତ୍ସାହ ବଢିନାହିଁ ବରଂ କଂଗ୍ରେସ ଶିବିରରେ ଆନନ୍ଦ ଉଲ୍ଲାସ ଖେଳିଯାଇଛି । ମିଳିଥିବା ସୂଚନା ଅନୁସାରେ ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ମିଜୋରାମ ଭୋଟ୍ ଗଣତିକୁ ଦୃଷ୍ଟିରେ ରଖି ଓଡ଼ିଶାର କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଭାରତ ‘ବିଜେପି ମୁକ୍ତ’ ହେବାକୁ ଯାଉଛି ବୋଲି ମତ ରଖିଛନ୍ତି। ଏହା ସହିତ କଂଗ୍ରେସକୁ ପୂର୍ବାପେକ୍ଷା ବେଶି ସମର୍ଥନ କରିଥିବାରୁ ଶ୍ରୀଯୁକ୍ତ ପଟ୍ଟନାୟକ ଏହି ୫ଟି ରାଜ୍ୟବାସୀଙ୍କୁ ଧନ୍ୟବାଦ୍ ମଧ୍ୟ ଜଣାଇଛନ୍ତି।

 

ଗତ ଚାରି ବର୍ଷ ହେବ ଶାସନ କ୍ଷମତାରେ ଥିବା କେନ୍ଦ୍ର ସରକାଙ୍କୁ ଭଲ ଭାବେ ଚିହ୍ନି ସାରିବା ପରେ ହିଁ ଲୋକମାନେ କଂଗ୍ରେସକୁ ସମର୍ଥନ କରିଛନ୍ତି ବୋଲି ସେ ମତ ରଖିଛନ୍ତି। ଏହାସହ ଯେଉଁ ଦଳ କଂଗ୍ରେସ ମୁକ୍ତ ଭାରତ ଡାକରା ଦେଉଥିଲା । ବର୍ତମାନ ସମୟରେ ନିଜେ ନିଜ ଦଳ ସମ୍ପର୍କରେ ଚିନ୍ତା କରିବା ସମୟ ଆସିଛି ବୋଲି ନିରଜଂନ କହିଛନ୍ତି । ଉଲ୍ଳେଖଯୋଗ୍ୟ, ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ମିଜୋରାମ ଭୋଟ୍ ଗଣତି ଏବେ ବି ବଳବତ୍ତର ରହିଛି। ମାତ୍ର ଟ୍ରେଡିଂକୁ ଦେଖି ଅନୁମାନ ଲଗାଯାଉଛି ଯେ ଛତିଶଗଡ଼ରେ ବିଜେପି ନୁହେଁ ବରଂ କଂଗ୍ରେସ ବିଜୟ ଧ୍ୱନୀ ବଜାଇବ। ଅପରପକ୍ଷେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ କଂଗ୍ରେସ ଓ ବିଜେପି ମଧ୍ୟ କଡ଼ା ଟକ୍କର ଦିଆନିଆ ହୋଇଛି। ତେବେ, ମିଜୋରାମରେ କଂଗ୍ରେସର ପରାଜୟ ନିଶ୍ଚିତ ହୋଇଛି।

ତେବେ ଆଜିର ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ ଫଳାଫଳ ଦେଖି ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ମଧ୍ୟ ନେତା ଓ କର୍ମୀମାନେ ମିଶି ବାଜା ବଜାଇ ନାଚୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ଆଗାମୀ ସାଧାରଣ ନିର୍ବାଚନରେ ଓଡିଶାରେ କିପରି ଭାବରେ କଂଗ୍ରେସ ପ୍ରଦର୍ଶନ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।