ବିଜେଡି-ବିଜେପିିକୁ ଟାର୍ଗେଟ କଲା କଂଗ୍ରେସ । କହିଲା, ଉଭୟ ଦଳ ଏକାଠି ଥିବା ଜାଣିଛନ୍ତି ରାଜ୍ୟବାସୀ ।

114

କନକ ବ୍ୟୁରୋ: ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ଉଭୟ ଦଳକୁ ଟାର୍ଗେଟ କରିଛି କଂଗ୍ରେସ । ବିଜେପି ଓ ବିଜେଡି ଏକାଠି ଥିବା ରାଜ୍ୟବାସୀ ଜାଣି ସାରିଥିବା କହିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ଉଭୟ ସରକାର ମହିଳା ବିରୋଧୀ ହୋଇଥିବା ସେ ଅଭିଯୋଗ କରିଛନ୍ତି । ଏହାସହ ଉଭୟ ଦଳର ମିଛ ପ୍ରତିଶ୍ରୁତିକୁ ଲୋକେ ବିଶ୍ୱାସ କରିବେନି ବୋଲି କହିଛନ୍ତି ବିଜୟ ।