ରାଜସ୍ଥାନରେ ପହଞ୍ଚିବାକୁ ଯାଉଛି ଭାରତ ଯୋଡୋ ଯାତ୍ରା। କାହିଁକି ଚିନ୍ତାରେ ଦଳର ଶୀର୍ଷ ନେତୃତ୍ୱ?

134

କନକ ବ୍ୟୁରୋ: ମଧ୍ୟପ୍ରଦେଶ ପରେ କଂଗ୍ରେସର ଭାରତ ଯୋଡୋ ଯାତ୍ରାର ଆଗାମୀ ଗନ୍ତବ୍ୟସ୍ଥଳ ରାଜସ୍ଥାନ । ଏହାକୁ ନେଇ ପ୍ରସ୍ତୁତି ଜୋରଦାର ଜାରିରହିଛି । ତେବେ କିଛି ଦିନ ତଳେ ଦଳର ଭିତରେ ହିଁ ରାଜସ୍ଥାନକୁ ନେଇ ଯେଉଁଭଳି ମାହୋଲ ଥିଲା ତାକୁ ନେଇ ଚିନ୍ତାର ଦଳର ଶୀର୍ଷ ନେତୃତ୍ୱ । ତେବେ ନିକଟରେ ସିଏମ ଅଶୋକ ଗେହଲଟ ଏବଂ ସଚିନ ପାଇଲଟ ଏକ ବୈଠକରେ ସାମିଲ ହୋଇଥିଲେ । ଏହି ବୈଠକରେ ଉଭୟ ନେତାଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇନଥିଲା । ଏଥିପାଇଁ ଆଶଙ୍କା ସୃଷ୍ଟି ହେଉଛି ଯେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଠିକ୍ ନାହିଁ । ଭାରତ ଯୋଡୋ ଯାତ୍ରା ରାଜସ୍ଥାନରେ ପ୍ରବେଶ କରିବା ପୂର୍ବରୁ ଦଳର ବରିଷ୍ଠ ନେତା ଦଳୀୟ କନ୍ଦଳରେ ଲଗାମ ଲଗାଇବା ପାଇଁ ଚାହୁଁଛନ୍ତି ।

ଭାରତ ଯୋଡୋ ଯାତ୍ରା ରାଜସ୍ଥାନରେ ପହଞ୍ଚିବା ପୂର୍ବରୁ ସଂଗଠନର ମହାସଚିବ କେସି ବେଣୁଗୋପାଲ ସମସ୍ତ ପ୍ରସ୍ତୁତିର ଅନୁଧ୍ୟାନ ପାଇଁ ଜୟପୁର ଅଭିମୁଖେ ଯାଇଛନ୍ତି । ନଭେମ୍ବର ୨୯ରେ ଯାତ୍ରା କମିଟିର ବୈଠକ ଅନୁଷ୍ଠିତ ହେବ । ବୈଠକରେ ମୁଖ୍ୟମନ୍ତ୍ରୀ ଗେହଲଟ ଏବଂ ସଚିନ ପାଇଲଟ ମଧ୍ୟ ଉପସ୍ଥିତ ରହିବେ । ଡିସେମ୍ବର ୫ରେ ଭାରତ ଯୋଡୋ ଯାତ୍ରା ରାଜସ୍ଥାନରେ ପହଞ୍ଚିବ । ଦଳର ସମସ୍ତ ନେତା ଚାହୁଁଛନ୍ତି ସମସ୍ତ ନେତା ଓ କର୍ମୀ ଏହି ସମୟରେ ଏକ ହୋଇ କାମକରୁନ୍ତୁ । ଏହି ଯାତ୍ରା ଜରିଆରେ ସବୁ ଜିନିଷିରେ ବ୍ରେକ ଲାଗୁ ।