ଆଜି ସୋନିଆ ସେନାଙ୍କୁ ମିଳିବ ସେନାପତି : ମଲ୍ଲିକାର୍ଜୁନ ଖଡଗେ ନା ଶଶୀ ଥରୁର କିଏ ହେବେ କଂଗ୍ରେସ ସଭାପତି ? ଚାଲିଛି ଭୋଟ ଗଣତି

62

କନକ ବ୍ୟୁରୋ : କଂଗ୍ରେସ ସଭାପତି ପଦ ପାଇଁ ଭୋଟ୍ ଗଣତି ଚାଲିଛି । ମଲ୍ଲିକାର୍ଜୁନ ଖାଡଗେ ନହେଲେ ଶଶୀ ଥରୁର ହେବେ କଂଗ୍ରେସ ସଭାପତି । ୨୪ ବର୍ଷ ପରେ ଗାନ୍ଧୀ ପରିବାର ବାହାରେ ଜଣେ ନେତା ଦେଶର ସର୍ବ ପୁରାତନ ଦଳର ସଭାପତି ଭାବରେ ନିର୍ବାଚିତ ହେବେ ।

ସ୍ୱାଧୀନତା ପରଠୁ ୧୭ ସଭାପତି
ଭାରତ ସ୍ୱାଧୀନ ପରଠୁ ୧୭ ଜଣ କଂଗ୍ରେସର ନେତୃତ୍ୱ ନେଇଛନ୍ତି
ସେହି ୧୭ ସଭାପତିଙ୍କ ମଧ୍ୟରୁ ଗାନ୍ଧୀ ପରିବାରର ୫ ଜଣ
୧୯୪୮- ସୀତାରମେୟା ଏଆଇସିସି ମୁଖ୍ୟ ହୋଇଥିଲେ
ସୀତାରମେୟା ୧୯୪୮ରୁ ୧୯୪୯ ଯାଏଁ ଦାୟିତ୍ୱରେ ରହିଥିଲେ
୧୯୫୦- ପୁରୁଷୋତମ ଟଣ୍ଡନ ହେଲେ କଂଗ୍ରେସ ଅଧ୍ୟକ୍ଷ
୧୯୫୧- ଜବାହାରଲାଲ ନେହେରୁ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ
୧୯୫୧ରୁ ୧୯୫୫ ଯାଏଁ କଂଗ୍ରେସ ମୁଖ୍ୟ ଦାୟିତ୍ୱରେ ଥିଲେ ନେହେରୁ
୧୯୫୫- ୟୁଏନ ଧେବର ଦଳର ଭାର ସମ୍ଭାଳିଥିଲେ
୧୯୫୯- ଇନ୍ଦିରା ଗାନ୍ଧୀ ଦଳର ସଭାପତି ହୋଇଥିଲେ
୧୯୬୦- ଏନଏସ ରେଡ୍ଡି କଂଗ୍ରେସ ସଭାପତି ହୋଇଥିଲେ
୧୯୬୦ରୁ ୬୩ ଯାଏଁ ଦଳର ଦାୟିତ୍ୱ ତୁଲାଇଥିଲେ ଏନଏସ ରେଡ୍ଡୀ
୧୯୬୪-୬୭- କେ କାମରାଜ କଂଗ୍ରେସ ନେତୃତ୍ୱ ଗ୍ରହଣ କରିଥିଲେ
୧୯୬୮-୬୯- ଏସ୍ ନିଜଲିଙ୍ଗପ୍ପା କଂଗ୍ରେସ ଅଧ୍ୟକ୍ଷ ହୋଇଥିଲେ
୧୯୭୦-୭୧ ଜଗଜୀବନ ରାମ ଦଳର ନେତୃ୍ତ୍ୱ ନେଇଥିଲେ
୧୯୭୨-୭୪ – ଡକ୍ଟର ଶଙ୍କର ଦୟାଲ ଶର୍ମା ସଭାପତି ଦାୟିତ୍ୱରେ ରହିଥିଲେ
୧୯୭୫-୭୭- ଦେବକାନ୍ତ ବରୁଆ ଦଳର ମଙ୍ଗ ସଭାଳିଥିଲେ
୧୯୭୭-୭୮- କେ ବ୍ରହ୍ମାନନ୍ଦ ହୋଇଥିଲେ କଂଗ୍ରେସ ଅଧ୍ୟକ୍ଷ
୧୯୭୮-୧୯୮୪- ଇନ୍ଦିରା ଗାନ୍ଧୀ ପୁଣି କଂଗ୍ରେସ ସଭାପତି ହୋଇଥିଲେ
୧୯୮୫-୯୧- ରାଜୀବ ଗାନ୍ଧୀ ସଭାପତି ଦାୟିତ୍ୱ ତୁଳାଇଥିଲେ
୧୯୯୨-୯୬- ପିଭି ନରସିଂହ ରାଓ ସଭାପତି ହୋଇଥିଲେ
୧୯୯୬-୯୮- ସୀତାରାମ କେଶରୀ ଦଳର ସଭାପତି ହୋଇଥିଲେ
୧୯୯୮-୨୦୧୭- ସୋନିଆ ଗାନ୍ଧୀ ସଭାପତି ଦାୟିତ୍ୱ ତୁଲାଇଥିଲେ
୨୦୧୭-୧୯- ରାହୁଲ ଗାନ୍ଧୀ ଦଳର ମଙ୍ଗ ସମ୍ଭାଳିଥିଲେ
୨୦୧୯ରୁ ସୋନିଆ ଗାନ୍ଧୀ ଅନ୍ତରୀଣ ସଭାପତି ଦାୟିତ୍ୱରେ ଅଛନ୍ତି

ଖଡଗେ ହେବେ କି ମୁଖିଆ ?

ସଭାପତି ରେସରେ ମଲ୍ଲିକାର୍ଜୁନ ଖଡଗେଙ୍କ ପଲଡା ଭାରି ରହିଛି । ଗାନ୍ଧୀ ପରିବାରର ଘନିଷ୍ଟ ଓ ବରିଷ୍ଠ ନେତାଙ୍କ ସମର୍ଥନ ରହିଛି । ସେ୨୦୨୧ରୁ ରାଜ୍ୟସଭାରେ ବିରୋଧୀ ଦଳ ନେତା ଥିଲେ ।
୨୦୧୪-୧୯ ଲୋକସଭାରେ କଂଗ୍ରେସ ନେତା ଦାୟିତ୍ୱ ତୁଳାଇଥିଲେ । କର୍ଣ୍ଣାଟକର ଗୁଲବର୍ଗରୁ ଲୋକଭାସକୁ ନିର୍ବାଚିତ ହୋଇଥିଲେ । ବିଜେପି ପ୍ରାର୍ଥୀଙ୍କୁ ୭୩,୦୦୦ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ । ଲଗାତାର ୧୦ଥର ନିର୍ବାଚନ ଜିଣିଥିବା ରେକର୍ଡ ରହିଛି । କର୍ଣ୍ଣାଟକ ଅନୁସୂଚିତ ଜାତିର ସାଂସଦ । ତେବେ ଖଡଗେ ୪୦ ବର୍ଷ ବିଧାୟକ ଓ ୫ ବର୍ଷ ସାଂସଦ ରହିଛନ୍ତି । ବିଭିନ୍ନ ବିଧାନସଭା ଆସନରୁ ଲଗାତାର ୯ ଥର ବିଜୟ ହୋଇଥିଲେ । ୨୦୦୫ରେ କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ହୋଇଥିଲେ । ଗୁଲବର୍ଗରେ ପ୍ରାଥମିକରୁ ଆଇନରେ ସ୍ନାତକ ହାସଲ କରିଛନ୍ତି ।
୧୯୬୯ – ଏମଏସକେ ମିଲ କର୍ମଚାରୀ ସଂଘର ଆଇନ ପରାମର୍ଶ ଦାତା । ୧୯୭୨ରେ ପ୍ରତ୍ୟ କ୍ଷ ରାଜନୀତିକୁ ଓହ୍ଲାଇଥିଲେ ମଲ୍ଲିକାର୍ଜୁନ ଖଡଗେ । ଗୁରମିତକଲ ବିଧାନସଭା ଆସନରୁ ଖଡଗେ ବିଜୟୀ ହୋଇଥିଲେ ।

ଶଶି ହେବେ କି ସଭାପତି ?

ଦଳର ଯୁବନେତାଙ୍କ ସମର୍ଥନ ମିଳିଥିବା କୁହାଯାଉଛି । ଦଳକୁ ମଜବୁତ କରିବାକୁ ଥରୁର ନାରା ଦେଇଛନ୍ତି । କଂଗ୍ରେସରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଳାଇଛନ୍ତି । ୨୦୦୯ରେ ପ୍ରଥମ ନିର୍ବାଚନ ଲଢି ଲୋକସଭାକୁ ଆସିଥିଲେ । ତିରୁଅନନ୍ତପୁରମ ଆସନରୁ ନିର୍ବାଚିତ ହୋଇଥିଲେ । ଜାତିସଂଘରେ ୨୯ ବର୍ଷ ଭାରତର ପ୍ରତିନିଧିତ୍ୱ କରିଛନ୍ତି । ବିଦେଶ ବ୍ୟାପରରେ ଥରୁରଙ୍କ ଅଭିଜ୍ଞତା ରହିଛି । ଭାରତ ସରକାରଙ୍କ ବିଦେଶ ରାଷ୍ଟ୍ରମନ୍ତ୍ରୀ ଭାବେ କାମ କରିଛନ୍ତି ।