ପାଣି ସମସ୍ୟା : ରାସ୍ତା ଅବରୋଧ କଲେ ନାଗପୁର ପଞ୍ଚାୟତବାସୀ

179

କନକ ବ୍ୟୁରୋ : ପାଣି ପାଇଁ ରାସ୍ତା ଅବରୋଧ । ପୁରୀ ଗୋପ ବ୍ଲକ ନାଗପୁର ପଞ୍ଚାୟତର ଅନେକ ଗାଁର ଦେଖା ଦେଇଛି ଉତ୍କଟ ଜଳ ସମସ୍ୟା । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହେଉଥିବା ବେଳେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ନାଗପୁର ପଞ୍ଚାୟତବାସୀ । ବସୁଧା ଯୋଜନାରେ ପାଣି ଆସୁ ନଥିବା ବେଳେ ଅନେକ ସ୍ଥାନରେ ନଳକୂପ ଅଚଳ ପଡ଼ିଛି । ସମସ୍ୟା ସମ୍ପର୍କରେ ସରପଞ୍ଚଙ୍କଠାରୁ ନେଇ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ଲୋକେ । କିନ୍ତୁ ପାଣି ସମସ୍ୟାର ସମାଧାନ ହୋଇପାରି ନାହିଁ । ତେଣୁ ବାଧ୍ୟ ହୋଇ ରାସ୍ତାରାସ୍ତାକୁ ଓହ୍ଲାଇବା ସହ ରାସ୍ତା ଅବରୋଧ କରିଛନ୍ତି ଅଞ୍ଚଳବାସୀ ।