ହାଇୱେ ଲୁଟେରାଙ୍କୁ ବାନ୍ଧିଲା କମିଶନରେଟ ପୋଲିସ ,୫ଜଣଙ୍କ ନାଁରେ ରହିଛି ୨୪ଟି ମାମଲା । ରାସ୍ତାରେ ଯାଉଥିବା ମହିଳାଙ୍କୁ କରନ୍ତି ଟାର୍ଗେଟ ।

231

କନକବ୍ୟୁରୋ:ଗିରଫ ହୋଇଥିବା ୫ଜଣ ଲୁଟେରାଙ୍କ ନାଁରେ ରହିଛି ୨୪ଟି ମାମଲା । ବନ୍ଧା ହୋଇଥିବା ଏହି ଲୁଟେରା କହିଛନ୍ତି ଲୁଟର କାହାଣୀ । ରାସ୍ତାରେ ଯାଉଥିବା ମହିଳାଙ୍କୁ ଟାର୍ଗେଟ କରିଥିବା ବେଳେ ବସ୍ତି ଓ ହାଇୱେରେ ଚେନ୍ ସ୍ନାଚ କରି ଚମ୍ପଟ ମାରନ୍ତି । ଭୁବନେଶ୍ୱର-ପୁରୀ, ଭୁବନେଶ୍ୱର-ଭଦ୍ରକ ଏବଂ ଭୁବନେଶ୍ୱର-ଗଂଜାମ ପର୍ଯ୍ୟନ୍ତ ହାଇୱେରେ ଯାଇ ଲୁଟ୍ କରୁଥିଲେ ଲୁଟେରା । ବାରମ୍ବାର ଜେଲ ଯାଇ ପୁଣି ଜେଲରୁ ଫେରି ୪ମାସ ହେଲା ଭୁବନେଶ୍ୱରରେ ଆତଙ୍କ ଖେଳାଇଥିଲେ । ଲୁଟ ଟଙ୍କାରେ ମୋଟର ସାଇକେଲ ଓ ବ୍ରାଣ୍ଡେଡ ଜୋତା କିଣିବା ସହ ଷ୍ଟାର ହୋଟେଲରେ ଅୟସ କରୁଥିଲେ । ଏମାନଙ୍କ ନିକଟରୁ ୪ଶହ ଗ୍ରାମ ସୁନା, ୨ଲକ୍ଷ ନଗଦ ଟଙ୍କା ଓ ୪ଟି ସ୍ପିଡ ବାଇକ ଜବତ ହୋଇଛି ।