ଆଲୋକର ପର୍ବରେ ପିଲାଙ୍କ ମୁହଁରେ ହସ ଫୁଟାଇବେ ମୁଖ୍ୟମନ୍ତ୍ରୀ : ଏଥର ଅନାଥ ପିଲାଙ୍କ ସହ ଦୀପାବଳି ପାଳିବେ ନବୀନ

397

କନକ ବ୍ୟୁରୋ : ଦୀପାବଳିରେ ଉତ୍ସବମୁଖର ହୋଇଛି ସାରା ରାଜ୍ୟ । ଅନାଥ ଆଶ୍ରମରେ ପିଲାଙ୍କ ଗହଣରେ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରରେ ଏସଓଏସ ଭିଲେଜରେ ଶହ ଶହ ପିଲାଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ପାଳିବେ ଆଲୋକର ପର୍ବ । ଭୁବନେଶ୍ୱରରେ ଏହି ଏସଓଏସ ଭିଲେଜରେ ଶହ ଶହ ଅନାଥ ଶିଶୁ ରହୁଛନ୍ତି । ଏଥିପାଇଁ ସେ ଆଜି ସଂଧ୍ୟାରେ ଏସଓଏସ ଭିଲେଜ ଯିବାର କାର୍ଯ୍ୟକ୍ରମ ରହିଛି । କେବଳ ଏତିକି ନୁହେଁ ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ଶିଶୁପାଳନ କେନ୍ଦ୍ରଗୁଡ଼ିକୁ ଯାଇ ଦୀପାବଳୀ ପାଳନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ମୁଖ୍ୟ ସଚିବ, ଉନ୍ନୟନ କମିଶନର, ଏପିସି, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏମାନଙ୍କ ଗହଣରେ ରହି ପିଲାଙ୍କ ମଧ୍ୟରେ ହସ ଫୁଟାଇବେ ମୁଖ୍ୟମନ୍ତ୍ରୀ । ସେହିଭଳି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ବି ଅନାଥାଶ୍ରମରେ ଦୀପାବଳି ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ଡିଜିପି ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ବି ବିଭିନ୍ନ ବାଟାଲିୟନର ଯବାନ ଓ ସେମାନଙ୍କ ପରିବାର ସହ ଦୀପାବଳି ପାଳନ କରିବାକୁ କୁହାଯାଇଛି ।