ସୀମାରେ ଛକାପଂଝା ଭିତରେ ଭାରତ ଆସୁଛନ୍ତି ଚୀନର ବିଦେଶମନ୍ତ୍ରୀ କିନ ଗ୍ୟାଙ୍ଗ,ଜି ୨୦ ସମିଟରେ ଅଂଶଗ୍ରହଣ କରିବେ ଚୀନ ବୈଦେଶିକମନ୍ତ୍ରୀ

104

କନକ ବ୍ୟୁରୋ : ଭାରତ ଆସୁଛନ୍ତି ଚୀନର ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗ । ୨ ମାର୍ଚ୍ଚରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଭାଗ ନେବାକୁ ସେ ଭାରତ ଗସ୍ତରେ ଆସୁଛନ୍ତି । ଏନେଇ ଚାଇନା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଚାଇନା ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ମାଓ ନିଙ୍ଗ କହିଛନ୍ତି, ଜି-୨୦ ମୁଖ୍ୟତଃ ବିଶ୍ୱଅର୍ଥ ବ୍ୟବସ୍ଥା ଉପରେ ଫୋକସ୍ କରୁଛି । ଚାଇନା ସବୁ ଦେଶ ସହ କାର୍ଯ୍ୟ କରିବାକୁ ପ୍ରସ୍ତୁତ ରହିଛି । ଆସନ୍ତା ମାର୍ଚ୍ଚ ୧ରୁ ଭାରତ ଅଧକ୍ଷ୍ୟତାରେ ନୂଆଦିଲ୍ଲୀ ଠାରେ ଜି-୨୦ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଭାରତର ଥିମ୍ ରହିଛି, ବସୁଧୈବ୍ୟ କୁଟୁମ୍ବକମ୍ ଅର୍ଥାତ୍ ସମଗ୍ର ପୃଥିବୀ ଗୋଟେ ପରିବାର ।