ବିଜେପିର ସାମ୍ବାଦିକ ସମ୍ମିଳନୀ ଉପରେ ବିଜେଡି ପ୍ରତିକ୍ରିୟା । କହିଲେ,ସମସ୍ତ ୨୮ ବିଧାନସଭାରେ ବାଜି ମାରିବ ବିଜୁ ଜନତା ଦଳ ।

264

କନକବ୍ୟୁରୋ: ବିଜେପିର ସାମ୍ବାଦିକ ସମ୍ମିଳନୀକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ୨୮ଟି ବିଧାନସଭା ଆସନରେ ବିଜେଡି ଜିତିବ ତେଣୁ ବ୍ୟସ୍ତ ହୋଇ ଓ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ବିଜେପି ଏପରି କରିଥିବା ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ସାଂସଦ ଅମର ପଟ୍ଟନାୟକ । ପରିକ୍ରମା ଓ ଏକାମ୍ର ପ୍ରକଳ୍ପକୁ ବନ୍ଦ କରିବା ପାଇଁ ଅପରାଜିତା ଷଡଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନ ବିରୋଧ କରିଥିଲେ, ଏଥିରେ ସେ ନିଜର ଗୁରୁତ୍ୱ ହରାଉଛନ୍ତି । ବିଜେଡି ଆହୁରୀ ମଧ୍ୟ କହିଛି ଯେ, ଏହି ନିର୍ବାଚନରେ ଧର୍ମେନ୍ଦ୍ର ପ୍ରଧାନ ବହୁତ ଅଶୋଭନୀୟ ଟିପ୍ପଣୀ ଦେଇଛନ୍ତି । ଏହାର ଜବାବ ଓଡ଼ିଶାବାସୀ ଭୋଟ୍ ମାଧ୍ୟମରେ ଦେବେ ।