ଭାରତର ମିସାଇଲ ପରୀକ୍ଷଣ ପୂର୍ବରୁ ଛାନିଆ ହେଲାଣି ଚୀନ: ହିନ୍ଦ ମହାସାଗରରେ ଗୁଇନ୍ଦା ଜାହାଜକୁ ଓହ୍ଲାଇଲା ଡ୍ରାଗନ

207

କନକ ବ୍ୟୁରୋ: ଭାରତ କରିବ ମିସାଇଲ ପରୀକ୍ଷଣ, ଛାନିଆ ହେଲାଣି ଚୀନ । ଆଗାମୀ ସପ୍ତାହରେ ଭାରତୀୟ ସେନା ଅବଦୁଲ କଲାମ ଦ୍ୱୀପରୁ ବାଲେଷ୍ଟିକ ମିସାଇଲ ପରୀକ୍ଷଣ କରିବାକୁ ଯାଉଛି । ଏହାକୁ ନେଇ ଚୀନ ବିଚଳିତ ହୋଇପଡିଛି । କେବଳ ସେତିକି ନୁହେଁ ପରୀକ୍ଷଣ ଉପରେ କଡ଼ା ନଜର ରଖିଥିବା ଡ୍ରାଗନ ହିନ୍ଦ ମହାସାଗରରେ ନିଜର ଗୁଇନ୍ଦା ଜାହଜ ପଠାଇଥିବା ଜଣାପଡିଛି ।

ଭାରତ-ଚୀନ ମଧ୍ୟରେ କେବଳ ଏଲଏସିରେ ବିବାଦ ସୀମିତ ହୋଇ ରହିନି, ସମୁଦ୍ରସୀମାରେ ମଧ୍ୟ ଉତେଜନାପୂର୍ଣ୍ଣ ସ୍ଥିତି ଜାରି ରହିଛି । ଆଗାମୀ ସପ୍ତାହରେ ଭାରତ ହିନ୍ଦ ମହାସାଗରରେ ନୂଆ ବାଲେଷ୍ଟିକ ମିସାଇଲ ପରୀକ୍ଷଣ କରିବାକୁ ଯାଉଛି । ଯାହାକୁ ନେଇ ବିଚଳିତ ଚୀନ ନୂଆ ଚାଲ ଖେଳୁଥିବା ଜଣାପଡିଛି । ଭାରତୀୟ ଗୁଇନ୍ଦା ବିଭାଗର ସୂଚନା ଅନୁସାରେ ଡ୍ରାଗନ ଏବେ ହିନ୍ଦ ମହାସାଗରକୁ ଏକ ଗୁଇନ୍ଦା ଜାହାଜ ପଠାଇଛି । ଇଣ୍ଡୋନେସିଆର ସୁଣ୍ଡା ଷ୍ଟ୍ରେଟରେ ଏହା ପହଁଚିଥିବା ଭାରତକୁ ସୂଚନା ମିଳିଛି । ସେହି ଗୁଇନ୍ଦା ଜାହଜ ଯାହାକୁ ଚୀନ ଅଗଷ୍ଟ ମାସରେ ଶ୍ରୀଲଙ୍କାର ହମ୍ବନତୋଟାକୁ ପଠାଇଥିଲା ।

ଭାରତର ମିସାଇଲ ଉପରେ ଚୀନର ଗୁଇନ୍ଦା ଜାହାଜର ନଜର
• ଗୁଇନ୍ଦା ଜାହାଜର ନାଁ ହେଉଛି ୟୁଆନ ୱାଂଗ-୫
• ବିଶାଳକାୟ ଜାହାଜର ଓଜନ ପ୍ରାୟ ୨୦ହଜାର ଟନ୍
• ଏଥିରେ ଶକ୍ତିଶାଳୀ ଆଟିଂନା ସେନସେସର ଓ ଅନ୍ୟାନ୍ୟ ଇଲେକ୍ଟଟ୍ରୋନିକ ଉପରକଣ ଲାଗିଛି
• ୪ଶହରୁ ଅଧିକ ସଦସ୍ୟ ଏଥିରେ ଯାତ୍ରା କରିପାରିବେ

ଅବଦୁଲ କଲାମ ଦ୍ୱୀପରେ ଡିସେମ୍ବର ୧୫ ଓ ୧୬ ତାରିଖରେ ଦେଶର ସୁବୁଠୁ ଶକ୍ତିଶାଳୀ ମିସାଇଲ ଅଗ୍ନି ଫାଇଭର ପରୀକ୍ଷଣ କରାଯିବ । ଏହାର ରେଂଜ ୫ହଜାର କିଲୋମିଟର ରହିଛି । ଆଶଙ୍କା ପ୍ରକାଶ କରାଯାଉଛି ଚୀନ ପାଖରେ ଏଭଳି କିଛି ସାଟେଲାଇଟ ଉପକରଣ ରହିଛି ଯାହା ଏହି ସାଟେଲାଇଟ ପରୀକ୍ଷଣକୁ ଟ୍ରାକ କରିପାରିବ ।

ଚୀନ ତଥ୍ୟ ଯୋଗାଡ କରିବାକୁ ଓ ଓସିଓନଗ୍ରାଫିକ ମ୍ୟାପ ପାଇଁ ହିନ୍ଦ ମହାସାଗରେ ଯୁଦ୍ଧପୋତଙ୍କୁ ପଠାଇଥାଏ । ଯାହାକୁ ସେ ପିଏଲଏର ଷ୍ଟାଟେଜିକ ସପୋର୍ଟ ଟିମର କାର୍ଯ୍ୟ ବୋଲି କହେ । ଯେତେବେଳେ ଭାରତ ମିସାଇଲ ପରୀକ୍ଷଣ କରିବାକୁ ଯାଉଛି ସେହି ସମୟରେ ହିନ୍ଦ ମହାସାଗର ଭିତରେ ଗୁଇନ୍ଦା ଜାହାଜ ପଠାଇବା ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି ।

ନିକଟରେ ଭାରତୀୟ ନୌସେନା ମୁଖ୍ୟ କେ ହରିକୁମାର କହିଥିଲେ କି ଚୀନର ଯୁଦ୍ଧପୋତ ଉପରେ ନଜର ରଖୁଛି ଭାରତ । ବିଶେଷ କରି ସର୍ଭେ ସିପ୍ ଓ ଫିସିଙ୍ଗ ବୋଟ ଉପରେ ସବୁଠୁ ଅଧିକ କଡ଼ା ନଜର ରଖାଯାଇଛି ।ସବୁ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛି ଭାରତୀୟ ସେନା ।

ପୂର୍ବ ସୂଚନା କହୁଛି ଯେବେ ଭାରତ ମିସାଇଲ ପରୀକ୍ଷଣ କରିବା ପାଇଁ ପ୍ରସ୍ତୁତ କରେ ସେହି ସମୟରେ ଚୀନ ହିନ୍ଦ ମହାସାଗର ମଧ୍ୟକୁ ନିଜର ଗୁଇନ୍ଦା ଯୁଦ୍ଧପୋତକୁ ପଠାଇଛି । ନଭେମ୍ବର ମାସରେ ହେବାକୁ ଥିବା ମିସାଇଲ ପରୀକ୍ଷଣ ମଧ୍ୟ ଭାରତ ଅଧାରୁ ବନ୍ଦ କରିଥିଲା । କାରଣ ଏହି ସମୟରେ ମଧ୍ୟ ବେଜିଂର ଗୁଇନ୍ଦା ଜାହାଜ ହିନ୍ଦ ମହାସାଗର ମଧ୍ୟରେ ଘୁରିବୁଲୁଥିବା ସୂଚନା ମିଳିଥିଲା । ଏଥରକ ସମାନ ଚାଲ ଚଳାଇଥିବା ଚୀନକୁ ଜବାବ ଦେବା ପାଇଁ ଭାରତର ଆଗାମୀ ପଦକ୍ଷେପ କଣ ରହିବ ଏହା ଉପରେ ନଜର ରହିବ ।