ପିଲାଚୋରି ସନ୍ଦେହରେ ମାଡମାରି କଲେ ଲହୁଲୁହାଣ : ୩ଜଣ ସାଧୁଙ୍କୁ ନିସ୍ତୁକ ପିଟିଲେ ବସ୍ତିବାସିନ୍ଦା

99

କନକ ବ୍ୟୁରୋ : ପିଲାଚୋର ନାଁରେ ସାଧୁଙ୍କୁ ମାଡ ମରାଯାଇଛି । ଛତିଶଗଡ ଦୁର୍ଗରେ ଦଶହରା ଚାଲିଥିବା ବେଳେ ୩ ଜଣ ସାଧୁଙ୍କୁ ନିର୍ମମ ମାଡ ମାରିଥିବାର ଭିଡ଼ିଓ ସାମନାକୁ ଆସିଛି । ସୋସିଆଲ ମିଡିଆରେ ଅପପ୍ରଚାର ପରେ ଏହି ୩ଜଣ ସାଧୁଙ୍କ ଉପରେ ଲୋକେ ଆକ୍ରମଣ କରିଥିଲେ । ଏହି ମାମଲାରେ ଏଫଆଇଆର ରୁଜୁ କରାଯାଇଛି । ଦୁର୍ଗର ଭି୍ଲାଇ -୩ ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ଦୁର୍ଗ ଏସପି ସ୍ପଷ୍ଟ କରିଛନ୍ତି ।

ପିଲା ଚୋରି ସନ୍ଦେହରେ ଗାଁର ଲୋକେ ତିନି ଜଣ ସାଧୂଙ୍କ ଉପର ଆକ୍ରମଣ କରିଥିବା ସ୍ପଷ୍ଟ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି । ମିଳିଥିବା ସୂଚନା ଅନୁସାରେ ୩ ଜଣ ସାଧୁ ଭୂଲ ରାସ୍ତାରେ ଯାଇ ଚରୋଦା ବସ୍ତିରେ ପହଞ୍ଚି ଯାଇଥିଲେ । ଏହାରି ଭିତରେ ଗାଁର ଲୋକେ ତାଙ୍କୁ ଅଟକାଇ ପଚରାଉଚରା କରିବା ସହ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ । ସାଧୁ ୩ ଜଣ ରାଜସ୍ଥାନ ଅଲୱରର ବୋଲି ଜଣାପଡ଼ିଛି ।