ଆଜି ବନ୍ୟା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ : ପୂର୍ବାହ୍ନ ୧୧ଟାରେ ବରିଷ୍ଠ ଅଧିକାରୀଙ୍କୁ ନେଇ କରିବେ ଆଲୋଚନା

66

କନକ ବ୍ୟୁରୋ : ଆଜି ବନ୍ୟା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ପୂର୍ବାହ୍ନ ୧୧ଟାରେ ବରିଷ୍ଠ ଅଧିକାରୀଙ୍କୁ ନେଇ ଆଲୋଚନା କରିବେ । ଏହି ବୈଠକରେ ମୁଖ୍ୟଶାସନ ସଚିବ, ଏସଆରସି, ଜଳସମ୍ପଦ ବିଭାଗର ଅଧିକାରୀ ଉପସ୍ଥିତ ରହିବେ ।

ସେପଟେ, ବଢ଼ୁଛି ହୀରାକୁଦ ଜଳସ୍ତର । ଡ୍ୟାମରେ ୬୨୫ ଫୁଟ ଟପିଛି ଜଳସ୍ତର । ହୀରାକୁଦର ଜଳସ୍ତର ବୃଦ୍ଧି ପାଉଥିବାରୁ ମହାନଦୀରେ ଆସିପାରେ ବଡ଼ ବନ୍ୟା । ଏବେ ୨୬ ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ନଦୀ ଉଛୁଳୁଥିବାରୁ ଅନେକ ଅଞ୍ଚଳରେ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ବାଙ୍କୀରେ ସ୍ଥିତି ଭୟଙ୍କର ହୋଇଛି ।

ବଡମ୍ବାର ଭଟ୍ଟାରିକା ମନ୍ଦିର, ବାଙ୍କୀର ପର୍ଯ୍ୟଟନ ସ୍ଥଳୀ ଦେବୀଦ୍ୱାର ମହାନଦୀ ପାଣିରେ ବୁଡିଯାଇଛି । ବାଙ୍କୀର କଇଁମୁଣ୍ଡି ଗାଁ ସମେତ କେତେକ ଗାଁରେ ବନ୍ୟା ପାଣି ପଶିଯାଇଛି । ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ଲହଡି ମାରୁଛି । କେତକ ସ୍ଥାନରେ ଲୋକେ ଫଶି ରହିଥିବା ବେଳେ ଓଡ୍ରାଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ମହାନଦୀ ଗୟଳବାଙ୍କ ନିକଟରେ ୨ ଫୁଟର ଘାଇ ସୃଷ୍ଟି ହୋଇଛି ।