ୱେବସାଇଟର ସ୍ପିଡ୍ ବଢାଇବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ତରିକା

31

ଆଜିକା ସମୟରେ ପ୍ରତ୍ୟେକ ୟୁଜର ଖୁବ୍ ସ୍ପିଡରେ ଯେକୌଣସି ୱେବସାଇଟର ପେଜ୍ ଓପେନ କରିବାକୁ ଚାହିଁଥାନ୍ତି । ଯଦି ଆପଣ ମଧ୍ୟ ବ୍ଲଗିଂ , କିଛି ଛୋଟ ବିଜନେସ୍ ବା କୌଣସି ଅନ୍ୟ ପ୍ରକାରର ଅନଲାଇନ୍ କାମ କରୁଛନ୍ତି ତ , ଆପଣ ବି ଚାହିଁଥାନ୍ତି ଆପଣଙ୍କର ସାଇଟ୍ କୁ କେମିତି ଜଲଦି ଖୋଲିବେ । ଏକ ରିପୋର୍ଟ ମୁତାବକ ଯଦି କୌଣସି ସାଇଟର ୱେବ୍ ପେଜ୍ ତିନି ସେକେଣ୍ଡରେ ଲୋଡ୍ ହୋଇନଥାଏ ତ ୟୁଜର ପେଜକୁ ଛାଡି ଅନ୍ୟ ପେଜକୁ ଖୋଲିଥାଏ । ଏମିତିରେ କୌଣସି ମଧ୍ୟ ୱେବପେଜ୍ ର ଲୋଡିଂ ଟାଇମ୍ ଖୁବ୍ ମହତ୍ୱପୂର୍ଣ୍ଣ ହୋଇଥାଏ ।

ଯଦି ଆପଣ ଅନ୍ୟ ୱେବସାଇଟ୍ ର ପେଜ୍ ର ସମୟ ଦେଖିବାକୁ ଚାହିଁଥାନ୍ତି ତ ଆପଣ ସହଜରେ ଷ୍ଟେପ୍ ମନେରଖିବାକୁ ପଡିବ । ସୂଚନା ଯେ, କୌଣସି ପେଜର ଲୋଡିଂ ସ୍ପିଡ୍ ଆପଣଙ୍କର ISP ଦ୍ୱାରା ଦିଆଯାଇଥିବାQuality of the bandwidth service ରେ ମିଳିଥାଏ । ଆପଣ ଯଦି ୱେବସାଇଟର ଲୋଡିଂ ସ୍ପିଡ୍ ଗୁଗଲ କ୍ରୋମରେ ଚେକ୍ କରିବାକୁ ଚାହୁଁଛନ୍ତି ତ ଆପଣଙ୍କୁ କିଛି ଷ୍ଟେପ୍ କୁ ମନେରଖିବାକୁ ହେବ । ଆସନ୍ତୁ ଜାଣିବା ଏହି ଷ୍ଟେପ ବିଷୟରେ ।

ଷ୍ଟେପ୍ -୧ : ଯଦି ଆପଣ କୌଣସି ୱେବସାଇଟର ଲୋଡିଂ ପେଜ୍ ର ସ୍ପିଡ୍ ର ସମୟ ଦେଖିବାକୁ ଚାହୁଁଛନ୍ତି ତ ଆପଣଙ୍କୁ ସବୁଠୁ ପ୍ରଥମେ ଏହା ଦେଖିବାକୁ ହେବ ଯେ ଆପଣଙ୍କ ଗୁଗଲ କ୍ରୋମର Chchehistory ପୁରା ସଫା ହୋଇଛି କି ? ସେଠାରେ ଆପଣ ଗୁଗଲ କ୍ରୋମରେChchehistory ଯଦି ଅଛିି , ଆପଣ ସେଟିଂ ରେ ଯାଇ ପୁଣି historyରେ କ୍ଲିକ୍ କରନ୍ତୁ । ଏବଂ ପୁଣି Clear browsing data ରେ କ୍ଲିକ୍ କରନ୍ତୁ , ଯାହାକି ସବୁ ଡାଟା ଡିଲିଟ୍ ହେବ ।

ଷ୍ଟେପ୍–୨ : ଏବେ ଆପଣ ଗୁଗଲ କ୍ରୋମର Chchehistoryକୁ ଡିଲିଟ୍ କରିଦେଇଛନ୍ତି ତ , କ୍ରୋମରେ କୌଣସି ପ୍ରକାରର ପୁରୁଣା ଡାଟା ଯଦି ରହିଥାଏ , ଯେଉଁକାରଣରୁ ପୁଣିଥରେ Clear browsing data ରେ କ୍ଲିକ୍ କରନ୍ତୁ ।

ଷ୍ଟେପ୍ -୩ : ଯଦି ଆପଣ କୌଣସି ୱେବସାଇଟର ପେଜ୍ ଲୋଡିଂ ସମୟ ଦେଖିବାକୁ ଚାହୁଁଛନ୍ତି ତ ଆପଣ Incognito modeର ମଧ୍ୟ ପ୍ରୟୋଗ କରିପାରିବେ । ଏଥିରେ ଯେକୌଣସି ପ୍ରକାରର Chchehistory ହୋଇନଥାଏ । Incognito modeକୁ ଆକ୍ଟିଭ୍ କରିବା ପାଇଁ ଆପଣଙ୍କୁ ctrl ଓ shift ,Nକୁ ଏକା ସାଥିରେ ଦବାଇବାକୁ ହେବ।

ଷ୍ଟେପ୍ -୪ : ଥରେ ଯଦି ଗୁଗଲ କ୍ରୋମ୍ ର ହିଷ୍ଟ୍ରୀ ଡାଟା କ୍ଲିୟର କରିଦେଇଛନ୍ତି କି ଆପଣ କ୍ରୋମକୁ Console tools  ର ପ୍ରୟୋଗ କରିପାରିବେ । ଏଥିପାଇଁ ଆପଣଙ୍କୁ ctrl, shiftc କୁ ଏକା ସାଥିରେ ଦବାଇବାକୁ ହେବ । ଯାହା ପରେ networkରେ କ୍ଲିକ୍ କରିବାକୁ ହେବ ।

ଷ୍ଟେପ୍ -୫ : ଏହାପରେ ଆପଣଙ୍କୁ ଏହି ଟାଇମର ଡୋମେନ୍ ଲେଖିବାକୁ ହେବ , ଯେଉଁ ସାଇଟ୍ ର ଲୋଡିଂ ଟାଇମ୍ ଜାଣିବାକୁ ଚାହୁଁଛ । ଆପଣ ଯେମିତି ଡୋମେନ୍ ଲେଖିବେ , ଏହି ପେଜର ସମସ୍ତ ସୂଚନା ଆପଣଙ୍କ ପେଜରେ ଆସିଯିବ । ଏହାଛଡା ଆପଣ ୱେବସାଇଟର ପ୍ରତି ଏଲିମେଂଟର ସୂଚନା ଟାଇମଲାଇନ ଟ୍ୟାବ୍ ରେ ହାସଲ କରିପାରିବେ ।

( ସୌଜନ୍ୟ-ଗିଜବୋଟ୍)