କୋହଲିଙ୍କ ପାଇଁ କଠିନ ପରୀକ୍ଷା ! ଚାମ୍ପିଅନ୍ସ ଟ୍ରଫିରେ ଆଜି ଭାରତ-ଦକ୍ଷିଣ ଆଫ୍ରିକା ଟକ୍କର
କନକ ବ୍ୟୁରୋ : କୋହଲିଙ୍କ ପାଇଁ କଠିନ ପରୀକ୍ଷା । ଚାମ୍ପିଅନ୍ସ ଟ୍ରଫିରେ କର ବା ମର ସ୍ଥିତିରେ ଟିମ୍ ଇଣ୍ଡିଆ । ସେମି ଫାଇନାଲ ପାଇଁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଟକ୍କର । ଅପରାହ୍ନରେ ୩ଟାରେ ଲଣ୍ଡନର ଓଭାଲରେ ଖେଳାଯିବ ମ୍ୟାଚ୍ । ଜିତିଲେ ଆଗକୁ ବଢିବ ଟିମ୍ ଇଣ୍ଡିଆ ଆଉ ହାରିଲେ ଲିଗ୍ ପର୍ଯ୍ୟାୟରୁ ବିଦାୟ ନେବ ଗତଥରର ଚାମ୍ପିଅନ୍ ଦଳ ।
Kanak News is now on WhatsApp
Join and get latest news updates delivered to you via WhatsApp
ସେହିପରି ଦକ୍ଷିଣ ଆଫ୍ରିକା ହାରିଲେ ବିଶ୍ୱ ଦିନିକିଆ ମାନ୍ୟତାର ଶୀର୍ଷ ସ୍ଥାନରେ ଥିବା ଦଳ ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେବ । ଫଳରେ ଉଭୟ କୋହଲି ଓ ଡିଭିଲିୟର୍ସଙ୍କ ପାଇଁ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ । ଉଭୟ ଦଳ ପରସ୍ପରକୁ ୧୨ ଥର ଭେଟିଥିବା ବେଳେ ଭାରତ ୮ଟି ଏବଂ ଦକ୍ଷିଣ ଆଫ୍ରିକା ୪ ଥର ବିଜୟୀ ହୋଇଛି । ଆଜିର ମ୍ୟାଚରେ ବର୍ଷା ହେବାର ସମ୍ଭାବନା ନାହିଁ ।
ସେପଟେ ଅଷ୍ଟ୍ରେଲିଆକୁ ବିଦା କଲା ଇଂଲଣ୍ଡ । ସେମିଫାଇନାଲରେ ବାଂଲାଦେଶ । ଚାମ୍ପିଅନ୍ସ ଟ୍ରଫିରେ ଗ୍ରୁପ୍ ପର୍ଯ୍ୟାୟରେ ଶେଷ ହୋଇଛି ବିଶ୍ୱବିଜେତା ଟିମର ଅଭିଯାନ । ବର୍ଷା ପାଇଁ ବାତିଲ୍ ହୋଇଥିବା ଦୁଇ ମ୍ୟାଚରୁ ମାତ୍ର ୨ ପଏଂଟ୍ ପାଇଥିବା କଙ୍ଗାରୁ ଦଳ ଶନିବାର ତା’ର ତୃତୀୟ ମ୍ୟାଚରେ ଆୟୋଜକ ଇଂଲଣ୍ଡ ଠାରୁ ୪୦ ରନରେ ହାରି ବିଦାୟ ନେଇଛି ।
ବର୍ଷା ପ୍ରଭାବିତ କ୍ୱାର୍ଟର ଫାଇନାଲ ମ୍ୟାଚରେ କଙ୍ଗାରୁ ଦଳ ପ୍ରଥମେ ବ୍ୟାଟିଂ କରି ୨୭୮ ରନ୍ କରିଥିଲା । ତେବେ ୩୫ ରନରେ ତିନିଟି ଉଇକେଟ୍ ହରାଇଥିବା ଇଂଲଣ୍ଡ, ବେନ୍ ଷ୍ଟୋକ୍ସଙ୍କ ଅପରାଜିତ ୧୦୨ ଏବଂ ଇଆନ୍ ମୋର୍ଗାନଙ୍କ ୮୭ ରନ୍ ବଳରେ ବିଜୟୀ ହୋଇପାରିଥିଲା ।