ଆଦିବାସୀ ଗାଁରେ କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ ଯାଦବ ! ବାଲିଗୁଡାରେ ସାଧାରଣ ଲୋକଙ୍କ ସହ ଭୋଜନ ପରେ କାଟିଲେ ରାତି

34

କନକ ବ୍ୟୁରୋ: ଆଦିବାସୀ ଗାଁରେ ଖାଇବା ସହ ରାତ୍ରିଯାପନ କଲେ କେନ୍ଦ୍ରମନ୍ତ୍ରୀ । କନ୍ଧମାଳ ଜିଲ୍ଲା ବାଲିଗୁଡା ନିକଟସ୍ଥ ଛୋଟ ଆଦିବାସୀ ଗାଁ ବାନ୍ଦାପାଙ୍ଗାରେ କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ ଯାଦବ ରାତ୍ରିଭୋଜନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଆଦିବାସୀ ଘରେ ପହଂଚି ଆଦିବାସୀଙ୍କ ଭଳି ପଗଡି ଭିଡି ଲୁଙ୍ଗି ପିନ୍ଧି ହାତ ମୁହଁ ଧୋଇ ତଳେ ବସିଥିଲେ ।

ଖାଲି ସେତିକି ନୁହେଁ ବାନ୍ଦାପାଙ୍ଗା ଗାଁରେ ସେ ରୁଟି ସାଙ୍ଗକୁ ଡାଲମା ଓ ଦେଶୀ ଆମ୍ବ ଖାଇଥିଲେ । ପରେ ସେଠାରେ ରାତ୍ରିଯାପନ କରିଥିଲେ ରାମକ୍ରିପାଲ ଯାଦବ । ରାତିରେ ସେ ପଟାନିର୍ମିତ ଘର ଓ ଦଉଡିଆ ଖଟରେ ଶୋଇଥିଲେ । ତେବେ ଜଣେ କେନ୍ଦ୍ରମନ୍ତ୍ରୀ ଆଦିବାସୀ ଘରେ ଖାଇବା ଓ ରାତ୍ରିଯାପନ କରିବା ଚର୍ଚ୍ଚାର ବିଷୟ ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –