ଶନିବାର ଠାରୁ ବିହାରରେ ଆରମ୍ଭ ପ୍ରଥମ ପର୍ଯ୍ୟାୟ ଜାତିଭିତିକ ଜନଗଣନା, ଜାଣନ୍ତୁ କଣ କହିଲେ ତେଜସ୍ୱୀ ଯାଦବ ?

85

କନକ ବ୍ୟୁରୋ : ବିହାରରେ ଶନିବାର ପ୍ରଥମ ପର୍ଯ୍ୟାୟ ଜାତିଭିତିକ ଜନଗଣନା ଆରମ୍ଭ ହୋଇଛି । ଶନିବାର ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି, ଏହି ଜନଗଣନାରେ କେବଳ ଜାତି ପଞ୍ଜିକୃତ ହେବ । ଉପ- ଜାତି ପଞ୍ଜିକୃତ ହେବ ନାହିଁ । ଏହା ଦ୍ୱାରା ସରକାର ଗରିବମାନଙ୍କ ପାଇଁ କରୁଥିବା ବିକାଶମୂଳକ କାର୍ଯ୍ୟ ଠିକ୍ ଭାବେ ହୋଇପାରିବ । ଏହି ଜାତିଭିତିକ ଜନଗଣନା ବିହାରର ୩୮ଟି ଜିଲ୍ଲାରେ ଆରମ୍ଭ ହୋଇଛି । ଏହା ଆସନ୍ତା ଜାନୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ।

ରାଜ୍ୟର ସବୁ ଘରକୁ ନେଇ ଏହି ଜନଗଣନା କରାଯିବ ବୋଲି ତେଜସ୍ୱୀ କହିଛନ୍ତି । ସେପଟେ ଗରିବ ବିରୋଧୀ ନୀତି ପାଇଁ ବିଜେପିକୁ ଟାର୍ଗେଟ କରି ଜାତି ସର୍ଭେ କରାଯିବାକୁ ବିଜେପି ଚାହୁଁନଥିବା କହିଛନ୍ତି ତେଜସ୍ୱୀ । ଏହି ଜନଗଣନା ଦ୍ୱାରା ଗରିବ ଓ ପଛୁଆ ଲୋକେ ଉପକୃତ ହେବେ । ହେଲେ ଆରମ୍ଭ ବିଜେପି ଗରିବ ବିରୋଧୀ ମାନସିକତା ରଖିଆସୁଛି । ଏହା ବିଜେପିର ହୀନ ମାନସିକତା ବୋଲି କହି ବର୍ଷିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ।