ଜୟପୁରରେ ପ୍ରଚାର ବେଳେ ବିରୋଧୀଙ୍କୁ ଟାର୍ଗେଟ କଲେ ନବୀନ । କହିଲେ , କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିରୋଧୀ ନେତା ।

221

କନକ ବ୍ୟୁରୋ: କୋରାପୁଟରେ ଆଜି ମାରାଥନ୍ ପ୍ରଚାର କ୍ରମରେ ଜୟପୁରରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ରାଜ୍ୟରେ ଲାଗୁ ହୋଇଥିବା ସମସ୍ତ ସରକାରୀ ଯୋଜନା ସଫଳତା କଥା କହିବା ସହ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବିଏସକେୱାଇ ଯୋଜନା, ମମତା ଯୋଜନା, ଲକ୍ଷ୍ମୀ ବସ୍ ଯୋଜନା, ମିଶନ୍ ଶକ୍ତି, ପିଲାଙ୍କ ଶିକ୍ଷା ପାଇଁ ଛାତ୍ର ବୃତ୍ତି ବ୍ୟବସ୍ଥା , ଚାଷୀଙ୍କ ପାଇଁ କାଳିଆ ଯୋଜନା ସଫଳ ହେବା ପରେ ବି ବିରୋଧୀ ଏହାକୁ ଗ୍ରହଣ କରୁନାହାଁନ୍ତି । ବିରୋଧୀ ନେତା ମିଛ କହୁଛନ୍ତି । ବିରୋଧୀ ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।