ଖୋର୍ଦ୍ଧା କୁଦୁଆବେରେଣି ଗାଁର ଦୁଇ ଭାଇଙ୍କୁ ନେଇ ଚର୍ଚ୍ଚା । କୌଳିକ ବୃତ୍ତି ମୂର୍ତ୍ତି ଗଢ଼ିବା ସହ ତିଆରି କରୁଛନ୍ତି ଟେରାକୋଟା ସାମଗ୍ରୀ ।

110

କନକ ବ୍ୟୁରୋ: ଖୋର୍ଦ୍ଧା-କଣ୍ଟିଲୋ ରାସ୍ତା କଡ଼ରେ ପଡ଼େ କୁଦୁଆବେରେଣି ଗାଁ । ଏହି ଗାଁର ଦୁଇ ଟେରାକୋଟା କାରିଗରଙ୍କୁ ନେଇ ଏବେ ଚର୍ଚ୍ଚା । ଦୁଇ ଭାଇ ପ୍ରଦୀପ ଓ ଦିଲ୍ଲୀପ ମାଟିରୁ ତିଆରି କରୁଛନ୍ତି ଅନେକ କଳାକୃତ୍ତି । ସେମାନଙ୍କର ପାରିବାରିକ କୌଳିକ ବୃତ୍ତି ହେଉଛି ମୂର୍ତ୍ତି ଗଢ଼ିବା । ହେଲେ ଏବେ ସେମାନେ ଖାଲି ମୂର୍ତ୍ତି ନୁହେଁ, ଏହାସହ ଟେରାକୋଟାର ବିଭିନ୍ନ କଳାକୃତ୍ତି ଗଢ଼ୁଛନ୍ତି । ଟେରାକୋଟାର ବିଭିନ୍ନ ଘରକରଣା ଜିନିଷ, ମୁଖା, କପ୍ ପ୍ଲେଟ, ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ସେମାନଙ୍କ ହାତରେ ରୂପ ପାଉଛି । ମୂର୍ତ୍ତି ଗଢ଼ିବା ପାଇଁ ସେମାନେ କୌଣସି ବିଧିବଦ୍ଧ ତାଲିମ ନେଇ ନାହାନ୍ତି । କୁମ୍ଭକାର ପରିବାର ହୋଇଥିବାରୁ ମାଟିରେ ମୂର୍ତ୍ତି ଗଢ଼ିବାର କଳା ସେମାନେ ପିଲାବେଳୁ ଦେଖି ଦେଖି ଶିଖିଛନ୍ତି । ତେବେ କିଛି ନୂଆ କରିବାର ଝୁଙ୍କରେ ଏବେ ସେମାନେ ଟେରାକୋଟା କାମ କରୁଛନ୍ତି ।