କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତିକୁ ନେଇ ଚର୍ଚ୍ଚା : ଜମାର ହିସାବ ଦେଇ ନପାରିଲେ ୬୦ ପ୍ରତିଶତ ଯାଏଁ ଟ୍ୟାକ୍ସ

18

କନକ ବ୍ୟୁରୋ : ଜମାର ହିସାବ ଦେଇ ନପାରିଲେ ୬୦ ପ୍ରତିଶତ ଟିକସ । କ୍ୟାବିନେଟ୍ ବୈଠକରେ ଏଭଳି ନିଷ୍ପତି ହୋଇଥିବା ଚର୍ଚ୍ଚା ହେଉଛି । ନୋଟ୍ ଅଚଳ ସମସ୍ୟାର ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ୍ ବୈଠକ । ଏଥିରେ କଣ ନିଷ୍ପତି ହୋଇଛି ତାହା ଅନୁଷ୍ଠାନିକ ଭାବେ ଘୋଷଣା କରାଯାଇନାହି ।

ତେବେ ଅଘୋଷିତ ଜମା ଉପରେ ଅଧିକ ଟିକସ ବସାଇବାକୁ ସ୍ଥିର କରାଯାଇଥିବା ଜଣାପଡିଛି । ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ରାଶି ଠାରୁ ଅଧିକ ଜମା ଉପରେ ପାଖାପାଖି ୬୦ ପ୍ରତିଶତ ଟିକସ ଲାଗୁ ହେବା ସମ୍ଭାବନା ରହିଛି । ବିଶେଷ କରି ଜନଧନ ଖାତାରେ ୨୧ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ଜମା ହୋଇଛି । ଏହି ଖାତାରେ କଳାଧନ ଜମା ହୋଇଥିବା ନେଇ ସରକାର ସନ୍ଦେହ କରୁଛନ୍ତି ।