ରୟାଲ ଏନଫିଲ୍ଡ କଂପାନୀ ଦ୍ୱାରା ମାର୍କେଟକୁ ଆସୁଥିବା ବୁଲେଟ୍ ଏହାର ସ୍ୱତନ୍ତ୍ର ଡିଜାଇନ୍ ପାଇଁ ଖୁବ୍ ଚାହିଦା ରହିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ସବୁ ଡିଜାଇନଗୁଡିକ ହାତରେ କରାଯାଏ । ଆଉ ଏହି ଡିଜାଇନ କରନ୍ତି ଦୁଇ ଭାଇ ।
Kanak News is now on WhatsApp
Join and get latest news updates delivered to you via WhatsApp
ଚେନ୍ନାଇର ଦୁଇ ଭାଇ କିଶୋର କୁମାର ଓ ତାଙ୍କ ଭାଇ ଜୟ କୁମାର । ଦୀର୍ଘ ୨୨ ବର୍ଷ ଧରି ବୁଲେଟର ଏହି ହ୍ୟାଣ୍ଡ ପେଂଟିଂ କରିଆସୁଛନ୍ତି । ବୁଲେଟ ୩୫୦, ବୁଲେଟ କ୍ଲାସିକ୍ ପାଇଁ ଏମାନେ ହାତରେ ତୁଳୀ ଧରି ଏହ ମଡେଲଗୁଡିକର ଲୁକକୁ କରିଦିଅନ୍ତି ସ୍ୱତନ୍ତ୍ର । ଏହି ଦୁଇ ଭାଇ ଆରମ୍ଭ କରିଥିବା ଟିମରେ ବର୍ତମାନ ଅଛନ୍ତି ପାଖାପାଖି ୬ଜଣ ସଦସ୍ୟ ।